STF ଜାଲରେ ନିଶା ବେପାରୀ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଚଢାଉ ବେଳେ ୨ କେଜି ୮୮୦ ଗ୍ରାମ ଅଫିମ, ୩ କେଜି ୮୧୦ ଗ୍ରାମ ଗଞ୍ଜେଇ ପାଉଡର, ଓ ୬୦ ପ୍ୟାକେଟ୍ ସିଗାରେଟ୍ ଜବତ ହୋଇଛି। ଏହା ସହ ସନାତନ ପ୍ରଧାନ ନାମକ ଜଣେ ନିଶା ବେପାରୀ ଗିରଫ ହୋଇଛନ୍ତି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ […]

Samaya Live Picture
Published On

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଚଢାଉ ବେଳେ ୨ କେଜି ୮୮୦ ଗ୍ରାମ ଅଫିମ, ୩ କେଜି ୮୧୦ ଗ୍ରାମ ଗଞ୍ଜେଇ ପାଉଡର, ଓ ୬୦ ପ୍ୟାକେଟ୍ ସିଗାରେଟ୍ ଜବତ ହୋଇଛି। ଏହା ସହ ସନାତନ ପ୍ରଧାନ ନାମକ ଜଣେ ନିଶା ବେପାରୀ ଗିରଫ ହୋଇଛନ୍ତି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡରର ମୂଲ୍ୟ ୫୦ ହଜାର ହେବ ବୋଲି ସୂଚନା ମିଳିଛି । ଚଢ଼ାଉ ବେଳେ ତାଙ୍କ ଘରୁ ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଥ୍ୟ ପାଇଁ ସନାତନ ପ୍ରଧାନକୁ ପଚରା ଉଚରା ଜାରି ରହିଛି।

Tags: