ମୋ ବସରୁ ଚୋରୀ
ଭୁବନେଶ୍ୱର : ପୁଣି ‘ମୋ ବସ’ରୁ ଚୋରୀ ଅଭିଯୋଗ। ଚୋରୀର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବଡ଼ପଦନପୁର ଗ୍ରାମର ରାଜକିଶୋର ଜେନା। ଏ ସଂକ୍ରାନ୍ତରେ ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି I ୧୮ନଂ ରୁଟ୍ରେ ବରମୁଣ୍ଡାରୁ କଟକ ଜଗତପୁର ଚାଲୁଥିବା ଏକ ମୋ ବସ୍ରୁ ମଙ୍ଗଳବାର ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟନାନୁସାରେ ରାଜକିଶୋର ତାଙ୍କ ପରିବାର ସହିତ ଏକ ବସ୍ରେ ବାଙ୍କୀରୁ ଆସି ତ୍ରିଶୂଳିଆ […]
ଭୁବନେଶ୍ୱର : ପୁଣି ‘ମୋ ବସ’ରୁ ଚୋରୀ ଅଭିଯୋଗ। ଚୋରୀର ଶିକାର ହୋଇଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବଡ଼ପଦନପୁର ଗ୍ରାମର ରାଜକିଶୋର ଜେନା। ଏ ସଂକ୍ରାନ୍ତରେ ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି I ୧୮ନଂ ରୁଟ୍ରେ ବରମୁଣ୍ଡାରୁ କଟକ ଜଗତପୁର ଚାଲୁଥିବା ଏକ ମୋ ବସ୍ରୁ ମଙ୍ଗଳବାର ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଘଟନାନୁସାରେ ରାଜକିଶୋର ତାଙ୍କ ପରିବାର ସହିତ ଏକ ବସ୍ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ୧୮ ନମ୍ବର ‘ମୋ ବସ୍’ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇପୂର୍ବରୁ ସେ ତାଙ୍କ ପକେଟରେ ହାତ ମାରିବାରୁ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ହେଲେ ଟଙ୍କା ମିଳି ନଥିଲା। ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।
ସୂଚନାଯୋଗ୍ୟ, ‘ମୋ ବସ୍’ ସାଧାରଣ ଯାତ୍ରୀଙ୍କୁ ଯେତିକି ସୁବିଧା ଯୋଗଉଛି, ତା’ଠାରୁ ଅଧିକ ଯନ୍ତ୍ରଣା ମଧ୍ୟ ଦେଉଛି। ‘ମୋ ବସ୍’ରୁ ବାରମ୍ବାର ଚୋରି ହେଉ ଥିବା ଅଭିଯୋଗ ହେଉଛି। କେତେବେଳେ ମୋବାଇଲ ତ କେତେବେଳେ ଟଙ୍କା ଚୋରି ହେଉଛି। ଗତ ବର୍ଷ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଗତବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ୍ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍ ରୁ ଲୁଟ୍ କରୁଥିବା ଜଣାପଡ଼ିଥିଲା।




