ତାରା ତାରିଣୀ ମନ୍ଦିରରୁ ଚୋରି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି । ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । କେବଳ ଗୋଟିଏ ତାଲା ନୁହେଁ ବରଂ ଗର୍ଭଗୃହକୁ ଯିବା […]

Samaya Live Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି ।

ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । କେବଳ ଗୋଟିଏ ତାଲା ନୁହେଁ ବରଂ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି କବାଟ ଖୋଲି ଚୋର ମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଗୋଟିଏ ପଟେ ମନ୍ଦିରରେ ଆଲୋକିକରଣ ବ୍ୟବସ୍ଥା ନଥିବା ବେଳେ ସିସିଟିଭି ଥାଇ ମଧ୍ୟ କାମ କରୁନାହିଁ । ତେଣୁ ଏଭଳି ଚୋରି ହୋଇଛି । ଆଉ ଏଥିପାଇଁ ମନ୍ଦିର ପ୍ରଶାସନ ହିଁ ଦାୟୀ ବୋଲି କହିଛନ୍ତି ଭକ୍ତ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାରାତାରିଣୀ ମନ୍ଦିରରେ ତହସିଲଦାର ଏବଂ ଆରାଇ ଉପସ୍ଥିତ ଅଛନ୍ତି । ମାଙ୍କ ସେବାରେ ବିଳମ୍ବ ପାଇଁ ତହସିଲଦାର ଦୁଃଖି ପ୍ରକାଶ କରିବାସହିତ ସେବା କାର୍ଯ୍ୟ ଠିକରେ ଚାଲିବା ପାଇଁ ସେବାୟତ ଏବଂ ଏସଡିପିଓଙ୍କ ସହ ଆଲୋଚନା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏମିତି ବାରମ୍ବାର ଲୁଟେରାମାନେ ମନ୍ଦିରକୁ ଟାର୍ଗେଟ କରୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତାବ୍ୟକ୍ତ କରିଛନ୍ତି ।

Tags: