୫ କଲରା ପତରିଆ ବାଘଛାଲ ସହ ଆନ୍ତଃ ରାଜ୍ୟ ବାଘଛାଲ ବେପାରୀ ଗିରଫ

ଗଜପତି : ବନ ବିଭାଗକୁ ବଡ ସଫଳତା। ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ କଲରାପତରିଆ ବାଘ ଛାଲ ସହିତ ଗୋଟିଏ କଟାସ ଓ ବଣ ବିରାଡ଼ି ୨୬.୧କେ.ଜି ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ୬ ଅଭିଯୁକ୍ତଙ୍କୁ ଗିରଫ […]

Samaya Live Picture
Published On

ଗଜପତି : ବନ ବିଭାଗକୁ ବଡ ସଫଳତା। ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ କଲରାପତରିଆ ବାଘ ଛାଲ ସହିତ ଗୋଟିଏ କଟାସ ଓ ବଣ ବିରାଡ଼ି ୨୬.୧କେ.ଜି ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ,ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ମଣ୍ଡଳସାହି ନିକଟସ୍ଥ କଦଳୀ ବଣ ଭିତରେ ଚାଲିଥିଲା ବାଘଛାଲ ଡ଼ିଲ l ଏହି ସମୟରେ ବେପାରୀ ସାଜି ସେଠାରେ ପହଞ୍ଚିଥିଲେ ବନ କର୍ମଚାରୀ। ରବିବାର ଏନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଗଜପତି ଜିଲା କୋର୍ଟକୁ ଫରଓ୍ବାର୍ଡ କରାଯାଇଛି। ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁଆଡ଼େ ଏହି ରାକେଟର ଚେର ଲମ୍ବିଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କିଙ୍ଗପିନ୍ ସମତେ ଅନ୍ୟ ସମସ୍ତ ଶିକାରୀ ଗିରଫ ହେବେ ବୋଲି ପିସିସିଏଫ୍‌ କହିଛନ୍ତି।

ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଏହି ବଡ଼ ଧରଣର ରାକେଟ ଠାବ କରିଥିବାରୁ ବନ କର୍ମଚାରୀମାନଙ୍କୁ ପିସିସିଏଫ୍‌ ଶୁଭେଚ୍ଛା ଜଣାଇଛନ୍ତି। ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାପାଇଁ ବନ୍ୟପ୍ରାଣୀ ବିଭାଗ ଜୋର୍‌ଦାର ଉଦ୍ୟମ ଚଳାଇଛି। ଗିରଫ ମାଫିଆମାନଙ୍କୁ ଗଜପତି କୋର୍ଟକୁ ଚାଲାଣ କରାଯାଇଛି। ତେବେ ଏତେ ପରିମାଣର କଲରାପତରିଆ ଚମଡ଼ା ଏମାନେ କେଉଁଠୁ ଆଣିଲେ, କାହାକୁ ବିକିଥାନ୍ତେ ଓ କେତେ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା, ତାକୁ ନେଇ ଖୋଳତାଡ଼ କରୁଛି ବନ୍ୟପ୍ରାଣୀ ବିଭାଗ।

Tags: