STF ହାତରେ ଆନ୍ତଃ ରାଜ୍ୟ ଗଂଜେଇ ମାଫିଆ
ଭୁବନେଶ୍ୱର : ଏସଟିଏଫ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆ ଶରତକୁ ଧରିବା ସହିତ ତା ନିକଟରୁ ୪୩ କୁଇଣ୍ଟାଲ ୩ ଶହ ୩୫ କେଜି ଗଞ୍ଜେଇ ଜବତ କରିଛି STF । ଏହି ଗଞ୍ଜେଇ ଡ଼ିଲ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ବିହାରରେ ଚାଲିଥିଲା । ଏବେ ସୁଦ୍ଧା ମାଫିଆ ୪୩ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ନେଇ ମାମଲା ରୁଜୁ ହୋଇଛି । ଏଥିସହ ୧ ଲକ୍ଷ ୨୫ ହଜାର ଟଙ୍କା ତାଠାରୁ ଜବତ କରାଯାଇଛି […]
ଭୁବନେଶ୍ୱର : ଏସଟିଏଫ ହାତରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆ ଶରତକୁ ଧରିବା ସହିତ ତା ନିକଟରୁ ୪୩ କୁଇଣ୍ଟାଲ ୩ ଶହ ୩୫ କେଜି ଗଞ୍ଜେଇ ଜବତ କରିଛି STF । ଏହି ଗଞ୍ଜେଇ ଡ଼ିଲ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ବିହାରରେ ଚାଲିଥିଲା । ଏବେ ସୁଦ୍ଧା ମାଫିଆ ୪୩ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ନେଇ ମାମଲା ରୁଜୁ ହୋଇଛି । ଏଥିସହ ୧ ଲକ୍ଷ ୨୫ ହଜାର ଟଙ୍କା ତାଠାରୁ ଜବତ କରାଯାଇଛି ।
ଗତ ୨୦୨୩ ଅଗଷ୍ଟ ୨୦ ତାରିଖରେ ଏକ ଟ୍ରକ ଭର୍ତ୍ତି ଗଞ୍ଜେଇକୁ ଠାବ କରାଯାଇଥିଲା । ଗଜପତି ଜିଲ୍ଲାରୁ ଏହି ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିଲା STF । ସେହି ସମୟରେ ଟ୍ରକ ଛାଡି ଅଭିଯୁକ୍ତ ଶରତ କୁମାର ଦେ ଓ ପ୍ରମୋଦ କୁମାର ତାଣ୍ଡି ଫେରାର ହୋଇଯାଇଥିଲେ । ଫେରାର ଶରତ କୁମାର ଦେ କୁ ପଶ୍ଚିମବଙ୍ଗରୁ ଗିରଫ କରିବା ସହ ଗଜପତି କୋର୍ଟରେ ଆଜି ହାଜର କରିଛି । ଅଭିଯୁକ୍ତ ଶରତ ନାଁ ରେ ପୂର୍ବରୁ ନିଶା କାରବାର,ଡକାୟତି, ଦଙ୍ଗା ଭଳି ସଙ୍ଗୀନ ମାମଲା ରହିଛି । ଏପରିକି ପୋଲିସ ହାଜତରୁ ମଧ୍ୟ ସେ ଥରେ ଫେରାର ହୋଇଥିଲା ।




