ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ କର୍ମଚାରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ବିଜେପି ନେତାଙ୍କ ଫ୍ଲାଟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର I ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ତାଙ୍କ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବରଗଡ ପାଇକମାଳର ହୀରାପୁରର ଧନୁର୍ଜୟ ପାଣ୍ଡେ । ୫ବର୍ଷ ହେଲା ପ୍ରଦୀପଙ୍କ ଘରେ କାମ କରୁଥିଲେ ଧନୁର୍ଜୟ । ଲକ୍ଷ୍ମୀସାଗର ଭବାନୀ ଆପାର୍ଟମେଣ୍ଟରେ ପ୍ରଦୀପଙ୍କ ସହ ରହୁଥିଲେ ଡ୍ରାଇଭର ଧନୁର୍ଜୟ । ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ […]
ଭୁବନେଶ୍ୱର : ବିଜେପି ନେତାଙ୍କ ଫ୍ଲାଟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର I ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ତାଙ୍କ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବରଗଡ ପାଇକମାଳର ହୀରାପୁରର ଧନୁର୍ଜୟ ପାଣ୍ଡେ । ୫ବର୍ଷ ହେଲା ପ୍ରଦୀପଙ୍କ ଘରେ କାମ କରୁଥିଲେ ଧନୁର୍ଜୟ । ଲକ୍ଷ୍ମୀସାଗର ଭବାନୀ ଆପାର୍ଟମେଣ୍ଟରେ ପ୍ରଦୀପଙ୍କ ସହ ରହୁଥିଲେ ଡ୍ରାଇଭର ଧନୁର୍ଜୟ । ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ହୋଇନି। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଫ୍ଲାଟକୁ ସିଲ୍ କରି ତଦନ୍ତ ଚଲାଇଛି I




