ପାନ ନଦେବାରୁ ଛୁରୀ ଭୁସି ହତ୍ୟା

କେନ୍ଦ୍ରାପଡା : ସମାନ୍ୟ ପାନ ଖଣ୍ଡେ ପାଇଁ ବିଭତ୍ସ ହତ୍ୟାକାଣ୍ଡ। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ବଳରାମପୁର ଅଞ୍ଚଳରେ । ମୃତକ ହେଉଛନ୍ତି ଅକ୍ଷୟ କୁମାର ଖଟୁଆ ଏବଂ ଅଭିଯୁକ୍ତ ହତ୍ୟାକାରୀ ହେଉଛନ୍ତି ଆଦିତ୍ୟ ବେହେରା I ଆଦିତ୍ୟ ଅକ୍ଷୟଙ୍କୁ ୧୬ ଥର ଛୁରୀ ଭୁସି ହତ୍ୟା କରିଛି I ପାନ ପାଇଁ ବିଚ୍ ରାସ୍ତାରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟନାନୁସାରେ, […]

Samaya Live Picture
Published On

କେନ୍ଦ୍ରାପଡା : ସମାନ୍ୟ ପାନ ଖଣ୍ଡେ ପାଇଁ ବିଭତ୍ସ ହତ୍ୟାକାଣ୍ଡ। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ବଳରାମପୁର ଅଞ୍ଚଳରେ । ମୃତକ ହେଉଛନ୍ତି ଅକ୍ଷୟ କୁମାର ଖଟୁଆ ଏବଂ ଅଭିଯୁକ୍ତ ହତ୍ୟାକାରୀ ହେଉଛନ୍ତି ଆଦିତ୍ୟ ବେହେରା I ଆଦିତ୍ୟ ଅକ୍ଷୟଙ୍କୁ ୧୬ ଥର ଛୁରୀ ଭୁସି ହତ୍ୟା କରିଛି I ପାନ ପାଇଁ ବିଚ୍ ରାସ୍ତାରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଘଟନାନୁସାରେ, ସଦର ଥାନା ଅଧିନ ଓସ୍ତପୁର ପଂଚାୟତ ସାରଙ୍ଗ ଗ୍ରାମର ଅକ୍ଷୟ କୁମାର ଖଟୁଆ (୩୫) ଏସି ମେକାନିକ ଭାବେ କାମ ସାରି ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ପାନ ଦୋକାନରେ ପାନ ଭାଙ୍ଗୁଥିଲେ । ଏହି ସମୟରେ କଂସାର ପଂଚାୟତର ଚଣ୍ଡିଆ ପଲେଇ ଗ୍ରାମରେ ଆଦିକନ୍ଦ ବେହେରାଙ୍କ ପୁଅ ଆଦିତ୍ୟ ପ୍ରସାଦ ବେହେରା ସେହି ଦୋକାନରେ ପହଞ୍ଚି ଅକ୍ଷୟକୁ ପାନ ଖଣ୍ଡେ ମାଗିଥିଲେ। ହେଲେ ଅକ୍ଷୟ ଚିହ୍ନି ନଥିବା କହିବା ସହ କାହିଁକି ପାନ ଦେବେ ବୋଲି କହିଥିଲେ।

ଏଥିରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲେ । ଅଭିଯୁକ୍ତ ହଠାତ ଛୁରୀ ବାହାର କରି ଅକ୍ଷୟଙ୍କୁ ଆକ୍ରମଣ କରିଥିଲା I ସେ ତଳେ ପଡିଯିବାରୁ ଆଦିତ୍ୟ ତାଙ୍କୁ ମାଡ଼ି ବସି ତାଙ୍କ ଛାତିରେ ୧୬ ଥର ଭୁସିବାକୁ ଲାଗିଥିଲା । ଅତର୍କିତ ଆକ୍ରମଣରେ ଅକ୍ଷୟ ତଳେ ପଡି ଛଟପଟ ହେଉଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସ୍ଥଳରେ ପହଁଚି ପୁଲିସକୁ ଖବର ଦେଇଥିଲେ । ସଂକଟାପନ୍ନ ଅବସ୍ଥାରେ ଅକ୍ଷୟକୁ ମୁଖ୍ୟ ଚିକିତ୍ସାଳୟକୁ ନେଲା ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ହୋଇଥିବା ନେଇ ଡ଼ାକ୍ତର ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଟାଉନ ଥାନା ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ସାଙ୍ଗରେ ନେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଜାରି ରଖିଛି I

Tags: