ଜମିବାଡ଼ି ବିବାଦରୁ ମା’ଝିଅଙ୍କୁ ଛୁରାମାଡ଼
ସମ୍ବଲପୁର : ମଝି ରାସ୍ତାରେ ମା’ଝିଅଙ୍କୁ ଛୁରାମାଡ଼ I ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ I ଉଭୟ ମା’ଝିଅ ଗାଁରେ ଏକ ସିଲେଇ ଦୋକାନ ଦେଇଛନ୍ତି I ଦୋକାନ ଯିବା ସମୟରେ ରାସ୍ତାରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛି I ଘଟନାନୁସାରେ,ଦାନୀପାଲି ଗାଁର ମା’ ଝିଅ […]
ସମ୍ବଲପୁର : ମଝି ରାସ୍ତାରେ ମା’ଝିଅଙ୍କୁ ଛୁରାମାଡ଼ I ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ I ଉଭୟ ମା’ଝିଅ ଗାଁରେ ଏକ ସିଲେଇ ଦୋକାନ ଦେଇଛନ୍ତି I ଦୋକାନ ଯିବା ସମୟରେ ରାସ୍ତାରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଛି I
ଘଟନାନୁସାରେ,ଦାନୀପାଲି ଗାଁର ମା’ ଝିଅ ଇନ୍ଦୁ ଦାଶ ଏବଂ ତାଙ୍କ ଝିଅ ପାୟଲ ଦାଶ I ଇନ୍ଦୁଙ୍କ ସ୍ୱାମୀ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ସମୟରେ ବର୍ତ୍ତମାନ ଅସୁସ୍ଥ ହୋଇ ଘରେ ରହୁଛନ୍ତି I ତେଣୁ ମା’ ଝିଅ ଗାଁରେ ଏକ ସିଲେଇ ଦୋକାନ କରି ରୋଜଗାର କରନ୍ତି I ଆଜି ସକାଳେ ୯ ଟାବେଳେ ମା’ ଝିଅ ଦୋକାନ ଯାଉଥିବା ସମୟରେ ଅଭିଯୁକ୍ତ ପଡୋଶୀ ଯୁବକ ସୂରଜ ହାତୀ ତାଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲା I ତେବେ ଜମିବାଡ଼ି ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି I ଘଟଣାସ୍ଥଳରେ ଅଇଁଠାପାଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି I




