ଶ୍ରୀ ୪୨୦ ବାହାରିଲେ ୨ ଭାଇ,ଶତାଧିକ ଛାତ୍ରଙ୍କୁ ଲଗାଇଲେ ଚୂନ

ଜଳେଶ୍ୱର : ଚାକିରି କରାଇଦେବା ନାଁ ରେ ଛାତ୍ରଙ୍କୁ ଲୁଟିଲେ ରେଳ କର୍ମଚାରୀ । ୪ ରୁ ୫ ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରି କରାଇ ଦେବା କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ । ଜଳେଶ୍ବର ଥାନା ଲକ୍ଷ୍ମଣନାଥ ପଞ୍ଚୟତ ଳାଙ୍ଗୁଡ ସାହି ଗ୍ରାମର ଧୃବ ଚରଣ ଜେନା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଚାକିରି କରନ୍ତି । ଏହାର ଫାଇଦା ନେଇ ନିଜ ସାନଭାଇ ପ୍ରଶାନ୍ତ […]

Samaya Live Picture
Published On

ଜଳେଶ୍ୱର : ଚାକିରି କରାଇଦେବା ନାଁ ରେ ଛାତ୍ରଙ୍କୁ ଲୁଟିଲେ ରେଳ କର୍ମଚାରୀ । ୪ ରୁ ୫ ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରି କରାଇ ଦେବା କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ଜଣେ ରେଳ କର୍ମଚାରୀ ଓ ତାଙ୍କ ଭାଇ । ଜଳେଶ୍ବର ଥାନା ଲକ୍ଷ୍ମଣନାଥ ପଞ୍ଚୟତ ଳାଙ୍ଗୁଡ ସାହି ଗ୍ରାମର ଧୃବ ଚରଣ ଜେନା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଚାକିରି କରନ୍ତି । ଏହାର ଫାଇଦା ନେଇ ନିଜ ସାନଭାଇ ପ୍ରଶାନ୍ତ ଜେନାଙ୍କ ସହଯୋଗରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ରେଳ ବିଭାଗରେ ଚାକିରି କରାଇ ଦେବେ କହି ସେମାନଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ପ୍ରଥମେ ଭାରତୀୟ ରେଳ ମାଲ ଗୋଦାମ ସଂଘର ସଦସ୍ୟ ହେବା ପରେ ହିଁ ନିଯୁକ୍ତି ମିଳିବ ବୋଲି କହି ଶତାଧିକ ଆଶାୟୀଙ୍କୁ ଠକିଛନ୍ତି ଏହି ୨ ଭାଇ । ଏପରିକି ଛାତ୍ରଙ୍କ ପିଛା ଅଗ୍ରୀମ ୧ରୁ ୨ଲକ୍ଷ ଟଙ୍କା ହାତେଇବା ପରେ ଧରାଛୁଆଁ ଦେଉନାହାନ୍ତି ଧ୍ରୁବଚରଣ ଜେନା ଓ ପ୍ରଶାନ୍ତ ଜେନା । ଶେଷରେ ବାଲିଆପାଳ ଅଞ୍ଚଳରୁ ଠକାମୀର ଶିକାର ହୋଇଥିବା ଛାତ୍ର ଓ ଅଭିଭାବକ ନ୍ୟାୟ ପାଇଁ ଜଳେଶ୍ବର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । ଲିଖିତ ଅଭିଯୋଗ ପରେ ଠକ ରେଳ କର୍ମଚାରୀ ଓ ତାଙ୍କ ଭାଇ କୁ ଖୋଜୁଛି ପୋଲିସ ।

Tags: