ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ୩ ଜଣଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଢିଲା ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ । ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ତାଙ୍କ ସହିତ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି । ହାଇକୋର୍ଟରେ ୩ ଜଣଙ୍କ ଆବେଦନ ଖାରଜ ହେବାରୁ ଏମାନଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିବ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ମାମଲା […]

ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ୩ ଜଣଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା
Samaya Live Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଢିଲା ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ । ପତ୍ନୀ ବିଦ୍ୟାଭାରତୀ ଓ ତତ୍‌କାଳୀନ ଡିଏଫଓ ସଂଗ୍ରାମ ବେହେରାଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ତାଙ୍କ ସହିତ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି । ହାଇକୋର୍ଟରେ ୩ ଜଣଙ୍କ ଆବେଦନ ଖାରଜ ହେବାରୁ ଏମାନଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିବ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ମାମଲା । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୁଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆବେଦନ ଦାଖଲ କରିଥିଲେ ଅଭିରାମ ମହାପାତ୍ର । ଚଳିତ ବର୍ଷ ଏପ୍ରିଲରେ, ଏସଡିଜେଏମ ହତ୍ୟା ଅଭିଯୋଗର ବିଚାର କରି ତିନି ଜଣଙ୍କ ବିରୁଦ୍ଧରେ ଧାରା ୩୦୨ (ହତ୍ୟା) ଏବଂ ୧୨୦ (ବି) (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ଏକ ପ୍ରାଥମିକ ମାମଲା ପ୍ରସ୍ତୁତ କରାଯାଇଛି।

ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଛି । ମାମଲା ଖାରଜ କରିବା ପାଇଁ ସମସ୍ତେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ,ତେବେ ମାନ୍ୟବର ହାଇକୋର୍ଟ ମାମଲାକୁ ଖାରଜ କରିଛନ୍ତି ।

ସୂଚନାନୁସାରେ,ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଅଭିରାମ ମହାପାତ୍ରଙ୍କ ପୁଅ ସୌମ୍ୟରଞ୍ଜନ ମହାପାତ୍ର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ ଭାବରେ ନିଯୁକ୍ତି ପାଇଥିଲେ । ସେଠାରେ ସେ ଏବଂ ତାଙ୍କ ପତ୍ନୀ ମୟୁରଭଞ୍ଜ କିଲ୍ଲା କପ୍ତିପଦା ଅଞ୍ଚଳର ବିଦ୍ୟାଭାରତୀ ପଣ୍ଡାଙ୍କ ସହ ରହୁଥିଲେ । ମାତ୍ର ୬ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ତେବେ ୨୦୨୧ ମସିହା ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରି ଥିଲା ।

ଘଟଣାର ଏତେ ଦିନ ପରେ ପୁଣି ଥରେ ମାମଲାର ଶୁଣାଣି ହେବା ଜଣାପଡିବା ପରେ ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ଅଛନ୍ତି । ପ୍ରକୃତରେ କେମିତି ହୋଇଥିଲା ସୌମ୍ୟଙ୍କ ମୃତ୍ୟୁ ? ଅଢ଼େଇ ଶହ ଗ୍ରାମ କିରୋସିନରେ କେମିତି ସୌମ୍ୟଙ୍କ ମୃତ୍ୟୁ ହେଲା ? ସୌମ୍ୟଙ୍କ ମୃତ୍ୟୁ ପଛରେ କାହାର ଚକ୍ରାନ୍ତ, ଆଉ କାହାର ସମ୍ପୃକ୍ତି ଥିଲା ? ଆଜି ବି ତାହା ରହସ୍ୟ ଘେରରେ । ତେବେ କେତେ ଏହି ଘଟଣା ଉପରୁ ପରଦା ଉଠୁଛି, କେବେ ଦୋଷୀକୁ ଶାସ୍ତି ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Tags: