ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ

ସୋର : ମା’କୁ ତଣ୍ଟିଚିପି ହତ୍ୟାକଳା ନୃଶଂସ ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡ଼ା ପଞ୍ଚାୟତର ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଖବର । ସେଠାରେ ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି । ସୂଚନାନୁସାରେ, ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ। କିନ୍ତୁ ଖାଦ୍ୟରେ ମାଛ ତରକାରୀ ନଥିବାରୁ ମା’କୁ ପଚାରିଥିଲେ । ମାତ୍ର ପଇସା ନଥିବାରୁ ମାଛ […]

Samaya Live Picture
Published On

ସୋର : ମା’କୁ ତଣ୍ଟିଚିପି ହତ୍ୟାକଳା ନୃଶଂସ ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡ଼ା ପଞ୍ଚାୟତର ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଖବର । ସେଠାରେ ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି ।

ସୂଚନାନୁସାରେ, ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ। କିନ୍ତୁ ଖାଦ୍ୟରେ ମାଛ ତରକାରୀ ନଥିବାରୁ ମା’କୁ ପଚାରିଥିଲେ । ମାତ୍ର ପଇସା ନଥିବାରୁ ମାଛ ଆଣି ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୁଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Tags: