ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

କଣ୍ଟାବାଞ୍ଜି : ସିନେମା ହଲ ରେ ଗଣ୍ଡଗୋଳ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଗିରଫ I କଣ୍ଟାବାଞ୍ଜି ସ୍ଥିତ ଆଲିସାନ ସିନେମା ହଲ କୁ ବୁଧୁବାର ଦିନ ସନ୍ଧ୍ୟାରେ ସିନେମା ଦେଖିବାକୁ ଯାଇଥିଲେ ସେଜି ସିଂ I ତେବେ କୌଣସି କାରଣକୁ ନେଇ ସିନେମା ହଲ ମାଲିକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା I ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ […]

Samaya Live Picture
Published On

କଣ୍ଟାବାଞ୍ଜି : ସିନେମା ହଲ ରେ ଗଣ୍ଡଗୋଳ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଗିରଫ I କଣ୍ଟାବାଞ୍ଜି ସ୍ଥିତ ଆଲିସାନ ସିନେମା ହଲ କୁ ବୁଧୁବାର ଦିନ ସନ୍ଧ୍ୟାରେ ସିନେମା ଦେଖିବାକୁ ଯାଇଥିଲେ ସେଜି ସିଂ I ତେବେ କୌଣସି କାରଣକୁ ନେଇ ସିନେମା ହଲ ମାଲିକଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା I ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ସେ ପୁଲିସ ସହିତ ମଧ୍ୟ ଉଚ୍ଚବାଚ କରିଥିଲେ ସେଜି ସିଂ I ବୁଧୁବାର ଦିନ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହୋଇଥିଲା ।

ସିନେମା ହଲ ଭିତରେ ହେଉଥିବା ଗଣ୍ଡଗୋଳ ଭିଡିଓରେ ସ୍ପଷ୍ଟ ଜଣାପଡୁଛି। ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ ସେଜିସିଂଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ IPCର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି । ଆଜି ସକାଳେ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେଜି ସିଂ ସାଲୁଜାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସେଜି ସିଂ । ସେପଟେ ସେଜି ସିଂଙ୍କ ଜିମ୍‌ରେ ପୁଲିସ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି । ପୁଲିସ ଗତକାଲି ରାତିରେ ଜିମରେ ଚଢ଼ାଉ କରି ଏସବୁ ଜବତ କରିଥିବାର ସୂଚନା ରହିଛି।

Tags: