ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ଦେବଗଡ: ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଦେବଗଡ ଜିଲ୍ଲା ରିଆମାଳ ଥାନା କତ୍ରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ କୁନ୍ତଳା କିଷାନ (୫୦)। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ସୋମବାର ରାତିରେ କୁନ୍ତଳାଙ୍କ ସହ ପୁଅ ସୁରେଶର କୌଣସି କଥାକୁ ନେଇ ବଚସା​‌ ହୋଇଥିଲା। କ୍ରମଶଃ ଏହି ଝଗଡା ଉଗ୍ର […]

Samaya Live Picture
Published On

ଦେବଗଡ: ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଦେବଗଡ ଜିଲ୍ଲା ରିଆମାଳ ଥାନା କତ୍ରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ କୁନ୍ତଳା କିଷାନ (୫୦)। ପୁଲିସ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ, ସୋମବାର ରାତିରେ କୁନ୍ତଳାଙ୍କ ସହ ପୁଅ ସୁରେଶର କୌଣସି କଥାକୁ ନେଇ ବଚସା​‌ ହୋଇଥିଲା। କ୍ରମଶଃ ଏହି ଝଗଡା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ମାଆ କୁନ୍ତଳା ଙ୍କୁ ଶୋଇଥିବା ଅବସ୍ଥାରେ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Tags: