ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ବ୍ରହ୍ମପୁର : ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା I ଶ୍ୱଶୁର ଘରେ ପଙ୍ଖାର ଝୁଲି ଆତ୍ମହତ୍ୟା କରିଛନ୍ତି ଜ୍ୱାଇଁ I ତାଙ୍କ ସୁରେନ୍ଦ୍ର ନାଥ ରଥ I ସେ ପେସାରେ ଜଣେ ସରକାରୀ ଡାକ୍ତର I ଏପରି ଦୁଃଖଦ ଘଟଣା ବ୍ରହ୍ମପୁର ଟାଉନ୍‌ରେ ଘଟିଛି। ତେବେ ତାଙ୍କର ଆତ୍ମହତ୍ୟା ର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ I ସୂଚନାନୁସାରେ,ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ସୁରେନ୍ଦ୍ରନାଥ ରଥ ମେଡ଼ିସିନ ସ୍ପେସାଲିଷ୍ଟ ଭାବରେ କାର୍ଯ୍ୟରତ ଅଛନ୍ତି । ଏହା […]

Samaya Live Picture
Published On

ବ୍ରହ୍ମପୁର : ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା I ଶ୍ୱଶୁର ଘରେ ପଙ୍ଖାର ଝୁଲି ଆତ୍ମହତ୍ୟା କରିଛନ୍ତି ଜ୍ୱାଇଁ I ତାଙ୍କ ସୁରେନ୍ଦ୍ର ନାଥ ରଥ I ସେ ପେସାରେ ଜଣେ ସରକାରୀ ଡାକ୍ତର I ଏପରି ଦୁଃଖଦ ଘଟଣା ବ୍ରହ୍ମପୁର ଟାଉନ୍‌ରେ ଘଟିଛି। ତେବେ ତାଙ୍କର ଆତ୍ମହତ୍ୟା ର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ I

ସୂଚନାନୁସାରେ,ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ସୁରେନ୍ଦ୍ରନାଥ ରଥ ମେଡ଼ିସିନ ସ୍ପେସାଲିଷ୍ଟ ଭାବରେ କାର୍ଯ୍ୟରତ ଅଛନ୍ତି । ଏହା ସହିତ ସେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଗତ କିଛି ଦିନ ହେବ ସେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଶକ୍ତି ନଗର ସ୍ଥିତ ଶ୍ୱଶୁର ଘରକୁ ଯିବା ଆସିବା କରୁଥିଲେ। ସେହିଭଳି ଗତକାଲି ରାତିରେ ସେ ଶ୍ୱଶୁର ଘରକୁ ଆସି ରହିଥିଲେ I

ଆଜି ସକାଳୁ ସୁରେନ୍ଦ୍ର ନାଥ କବାଟ ନ ଖୋଲିବାରୁ ପରିବାରେ ଲୋକେ କବାଟ ଭାଙ୍ଗି ଭାଙ୍ଗିଥିଲେ । ତାଙ୍କୁ ବେକରେ ଶାଢ଼ୀ ଗୁଡ଼ାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା I ପରିବାର ଲୋକଙ୍କଠାରୁ ଖବର ପାଖ ପୁଲିସ୍‌ ଶକ୍ତି ନଗରରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୁଲିସ୍‌। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର କାହିଁକି ଆତ୍ମହତ୍ୟା କଲେ? ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି? ଯଦି ସେ ଆତ୍ମହତ୍ୟା କରିବାର ଥିଲା, ତାହାହେଲେ ଶ୍ୱଶୁର ଘରେ କାହିଁକି? ଏପରି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ସୁରେନ୍ଦ୍ରନାଥ ରଥ ଜଣେ ଉତ୍ତମ ସ୍ୱଭାବ ଓ ପରୋଉପକାରୀ ବ୍ୟକ୍ତି ଥିଲେ । ତେବେ ସେ କେଉଁ ପରିସ୍ଥିତିରେ ମୃତ୍ୟୁକୁ ଆପଣାଇ ନେଲେ ତାହା ଜଣାପଡି ନାହିଁ । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି ବୋଲି ବ୍ରହ୍ମପୁର ଏସପି ଶ୍ରର୍ବଣ ବିବେକ୍ ଏମ କହିଛନ୍ତି।

Tags: