ଝିଅ ଜନ୍ମ ହେବାରୁ ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ
ବାଙ୍କୀ : ଝିଅ ଜନ୍ମ ହେବାରୁ ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ। ନବଜାତକକୁ ହତ୍ୟା କରିବାକୁ ଉଦ୍ୟମ କରିଛି ବାପା । ଏହି ଘଟଣାରେ ପ୍ରତିବାଦ କରିବାରୁ ଶ୍ବଶୂରକୁ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ ଜ୍ୱାଇଁ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଗୋପିନାଥପୁର ଗାଁରେ। ସୂଚନାନୁସାରେ,ଗୋପୀନାଥପୁର ଗାଁର ନିତ୍ୟାନନ୍ଦ କରଙ୍କ ବଡ଼ ଝିଅ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବାଲିଆପଟା ଗାଁର ମାନସ କରଙ୍କୁ ଦଶ ବର୍ଷ ତଳେ […]
ବାଙ୍କୀ : ଝିଅ ଜନ୍ମ ହେବାରୁ ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ। ନବଜାତକକୁ ହତ୍ୟା କରିବାକୁ ଉଦ୍ୟମ କରିଛି ବାପା । ଏହି ଘଟଣାରେ ପ୍ରତିବାଦ କରିବାରୁ ଶ୍ବଶୂରକୁ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ ଜ୍ୱାଇଁ I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଗୋପିନାଥପୁର ଗାଁରେ।
ସୂଚନାନୁସାରେ,ଗୋପୀନାଥପୁର ଗାଁର ନିତ୍ୟାନନ୍ଦ କରଙ୍କ ବଡ଼ ଝିଅ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବାଲିଆପଟା ଗାଁର ମାନସ କରଙ୍କୁ ଦଶ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଆଠ ବର୍ଷର ପୁଅ ଅଛି। ଦ୍ୱିତୀୟ ପ୍ରସବ ପାଇଁ ଝିଅ ବାପ ଘରେ ରହୁଥିଲେ। ସପ୍ତାହ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ମାନସଙ୍କ ପତ୍ନୀ । ତେବେ କାହିଁକି କନ୍ୟା ସନ୍ତାନ ଜନ୍ମ ହେଲା ବୋଲି ମାନସ ରାଗି ଶ୍ବଶୁର ଘରେ ପହଞ୍ଚିଥିଲେ। ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ନବଜାତକକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା।
ଏଥିରେ ଶାଶୁ ଓ ଶ୍ବଶୁର ବାଧା ଦେବାରୁ ସେମାନଙ୍କୁ ରଡରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା ମାନସ। ଦୁଇ ଜଣ ଚିତ୍କାର କରିବାରୁ ଗାଁଲୋକେ ଜ୍ବାଇଁ ମାନସକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ମାନସକୁ ଗିରଫ କରି ତଦନ୍ତ କରୁଛି ବୈଦେଶ୍ବର ପୋଲିସ। ଗୁରୁତର ଅବସ୍ଥାରେ ଶାଶୁ ଓ ଶ୍ବଶୁରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।




