ଶ୍ବଶୁରଘର ଗାଁରୁ ଜ୍ୱାଇଁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିିଲା ପରିବାର

କଣ୍ଟାବାଞ୍ଜି: ଶ୍ବଶୁରଘର ଗାଁର ବାଉଁଶ ଗଛରୁ ଜ୍ୱାଇଁର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ଭାଲୁମୁଣ୍ଡା ଗାଁର ବଂଶୀଧର ଠେଲା ଶ୍ବଶୁରଘର ମାଲପଡା ଗାଁରେ ରହୁଥିଲେ। ଗତକାଲି ଦିନ ୧ଟା ସମୟରେ ଗାଧୋଇବାକୁ ଯିବା କହି ଘରୁ ବାହାରିଥିଲେ। ବଂଶୀଧର ଘରୁ ମାଲପଡା ଗାଁର ଦାମ୍ବୋଦର ଛତ୍ରୀଆ ଓ ଚନ୍ଦ୍ର ଛତ୍ରୀଆ ସହିତ ନଦୀକୁ ମାଛ ଧରିବାକୁ କହି ତିନି ଜଣ ଯାଇଥିଲେ। ଦୁଇ ଜଣ ଘରକୁ ଫେରିଥିଲେ […]

Samaya Live Picture
Published On

କଣ୍ଟାବାଞ୍ଜି: ଶ୍ବଶୁରଘର ଗାଁର ବାଉଁଶ ଗଛରୁ ଜ୍ୱାଇଁର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ଭାଲୁମୁଣ୍ଡା ଗାଁର ବଂଶୀଧର ଠେଲା ଶ୍ବଶୁରଘର ମାଲପଡା ଗାଁରେ ରହୁଥିଲେ। ଗତକାଲି ଦିନ ୧ଟା ସମୟରେ ଗାଧୋଇବାକୁ ଯିବା କହି ଘରୁ ବାହାରିଥିଲେ। ବଂଶୀଧର ଘରୁ ମାଲପଡା ଗାଁର ଦାମ୍ବୋଦର ଛତ୍ରୀଆ ଓ ଚନ୍ଦ୍ର ଛତ୍ରୀଆ ସହିତ ନଦୀକୁ ମାଛ ଧରିବାକୁ କହି ତିନି ଜଣ ଯାଇଥିଲେ। ଦୁଇ ଜଣ ଘରକୁ ଫେରିଥିଲେ କିନ୍ତୁ ବଂଶୀଧର ଘରକୁ ଫେରିନଥିଲେ। ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ସନ୍ଧ୍ୟା ସମୟରେ ନଦୀ ପଠାର ଏକ ବାଉଁଶ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ, ମାଛ ମାରିଥିବା ସ୍ଥାନରେ ବିଦ୍ୟୁତ ସକ୍‌ ଦେଇଥିବା ଯୋଗୁଁ ତାଙ୍କ ଜୀବନ ଯାଇଥିବା ନେଇ ହତ୍ୟା ଅଭିଯୋଗ କରିଛନ୍ତି ମୃତ ବଂଶୀଧରଙ୍କ ଭାଇ ସୁରେନ୍ଦ୍ର ଠେଲା। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି। ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Tags: