ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ
କୋଇଡା : ଘରୋଇ କଳହରୁ କରୁଣ ପରିଣତି । ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଯାଇଛି I ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ବାପା ଗୋପୀନାଥ ନାଏକ,ପୁଅ ସୁଶାନ୍ତ ନାଏକ(୩୨)ଙ୍କୁ ଟାଙ୍ଗିଆରେ ହାନି ହତ୍ୟା କରିଛି I ସୂଚନାନୁସାରେ, କମଣ୍ଡ ଗ୍ରାମର ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିରହେ I […]
କୋଇଡା : ଘରୋଇ କଳହରୁ କରୁଣ ପରିଣତି । ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଯାଇଛି I ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ବାପା ଗୋପୀନାଥ ନାଏକ,ପୁଅ ସୁଶାନ୍ତ ନାଏକ(୩୨)ଙ୍କୁ ଟାଙ୍ଗିଆରେ ହାନି ହତ୍ୟା କରିଛି I
ସୂଚନାନୁସାରେ, କମଣ୍ଡ ଗ୍ରାମର ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିରହେ I ସୁଶାନ୍ତ ଅଧିକାଂଶ ସମୟ ଘର ଲୋକଙ୍କୁ ମାରଧର କରୁଥିଲା I ଗତକାଲି ରାତିରେ ମଧ୍ୟ ଘରେ ଆସି ଗଣ୍ଡଗୋଳ କରିଥିଲା I ଏହି ଘଟଣାରେ ବାପା ବିରୋଧ କରିବାରୁ ସେ ବାପାଙ୍କୁ ଗୋଇଠା ମାରିଥିଲା I ପୁଅର ଗୋଇଠା ମାଡ଼ରେ ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆଘାତ କରିଥିଲେ । ଆହତ ଅବସ୍ଥାରେ ପରିବାର ଲୋକେ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁଶାନ୍ତଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣା ସ୍ଥଳରେ ପହଁଚି ବାପ ଗୋପୀନାଥ ନାଏକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛନ୍ତି ।




