ବାପାର କୋଦାଳ ଚୋଟରେ ପୁଅ ମୃତ
ନବରଙ୍ଗପୁର : ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ I ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ଥାନାରେ ଆତ୍ମସମର୍ପଣ କରିଛି I ଏ ଭଳି ନୃଶଂସ କାଣ୍ଡ ଗତକାଲି ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁସାରେ,ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରେ। ଏଥିପାଇଁ ଘରେ […]
ନବରଙ୍ଗପୁର : ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ I ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ଥାନାରେ ଆତ୍ମସମର୍ପଣ କରିଛି I ଏ ଭଳି ନୃଶଂସ କାଣ୍ଡ ଗତକାଲି ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି।
ସୂଚନା ଅନୁସାରେ,ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। କାଲି ମଧ୍ୟ ରାତି ପ୍ରାୟ ସାଢେ ଏଗାରଟା ସମୟ ରେ ସମୀର ମଦ ପିଇ ଘରକୁ ଆସି ବାପା ବିପୁଲ ରାୟଙ୍କ ସହ ପାଟିତୁଣ୍ଡ କରିଥିଲା । କ୍ରମେ ବଚସା ଉଗ୍ର ହେବାରୁ ଏଥିରେ ବାପା କ୍ଷୁବ୍ଧ ହେଇ ପାଖରେ ପଡିଥିବା ଏକ କୋଦାଳରେ ସମୀର ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ସମୀରର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ସମୀରର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣା ପରେ ବାପା ଗାଁରୁ ଫେରାର ହେଇଯାଇଥିଲା ।
ଖବର ପାଇ ଉମରକୋଟ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ପୁଲିସ ଫୋର୍ସ ନେଇ ଖାଣ୍ତାରେ ପହଞ୍ଚି ବିପୁଲଙ୍କୁ ଖାଣ୍ଡା, ଛଞ୍ଚାଣ ବେଡ଼ା ଓ କରଣ୍ଡିଆଗୁଡ଼ା ଗ୍ରାମକୁ ଯାଇ ଖୋଜ।ଖୋଜି କରିବା ବେଳକୁ ବିପୁଳ ରାୟ ଉମରକୋଟ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ହତ୍ୟାକାଣ୍ଡ ସ୍ଥାକୁ ଯାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି I




