ବାପାର ବୋମା ମାଡ଼ରେ ପୁଅ ମୃତ
ଖୋର୍ଦ୍ଧା : ସମ୍ପତି ପାଇଁ ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ I ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ । ମୃତକ ଜଣକ ହେଲେ ଦିବ୍ୟସିଂହ ରାଉତରାୟ (୪୨) । ବୋମାମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଶଠ ରାଉତରାୟ । ସମ୍ପର୍କରେ ୨ ଜଣ ବାପା ଓ ପୁଅ ବୋଲି ସୂଚନା ମିଳିଛି । ଶଠ ଙ୍କ ସହିତ […]
ଖୋର୍ଦ୍ଧା : ସମ୍ପତି ପାଇଁ ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ I ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ । ମୃତକ ଜଣକ ହେଲେ ଦିବ୍ୟସିଂହ ରାଉତରାୟ (୪୨) । ବୋମାମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଶଠ ରାଉତରାୟ । ସମ୍ପର୍କରେ ୨ ଜଣ ବାପା ଓ ପୁଅ ବୋଲି ସୂଚନା ମିଳିଛି । ଶଠ ଙ୍କ ସହିତ ତାଙ୍କ ବଡ଼ ପୁଅକୁ ପୋଲିସ ଅଟକ ରଖିଛି । ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି।
ସୂଚନାନୁସାରେ,ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ଶଠ ରାଉତତରାୟଙ୍କ ପରିବାର ରହୁଥିଲେ । ତାଙ୍କର ୨ ପୁଅଙ୍କ ମଧ୍ୟରେ ଅନେକ ଦିନରୁ ଜମି ବିବାଦ ଲାଗିରହିଥିଲା । ୨ ପୁଅ ଅଲଗା ରହୁଥିବାବେଳେ ବାପା ଶଠ ରାଉତରାୟ ସାନପୁଅ ଦିବ୍ୟସିଂହ (କାଳିଆ) ରାଉତରାୟଙ୍କ ନିକଟରେ ରହୁଥିଲେ । କିନ୍ତୁ ଆଜି ୨ ପୁଅଙ୍କ ମଧ୍ୟରେ ଥିବା ବିବାଦ ଉଗ୍ରରୂପ ନେଇଥିଲା । ଏହି ଘଟଣାପରେ ବାପା ଶଠ ଏବଂ ସାନ ପୁଅ ଦିବ୍ୟସିଂହ ମିଶି ବଡ଼ ପୁଅ ଘରକୁ ବୋମାମାଡ଼ କରିଥିଲେ । ତେବେ ଦୁର୍ଭାଗ୍ୟକୁ ବୋମାଟି ଳକ୍ଷଚ୍ୟୁତ ହୋଇ ବଡ଼ ପୁଅର ଗ୍ରିଲରେ ବାଜି ଫେରିଆସି ସାନପୁଅ ଉପରେ ପଡି ଫୁଟି ଯାଇଥିଲା । ଘଟଣାସ୍ଥଳରେ ସାନପୁଅ ଙ୍କର ମୃତ୍ୟୁ ଘଟିଥିଲା। ଏନେଇ ବଡ଼ ପୁଅ ସୁବାସ ରାଉତରାୟଙ୍କ ସ୍ତ୍ରୀ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି । ମାମଲାରେ ବାପା ସଠ ରାଉତରାୟ ଓ ବଡ଼ ପୁଅ ସୁବାସ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବନ୍ଧୁକ ଜବତ କରି ତଦନ୍ତ ଜାରି ରଖିଛି ।




