ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର,ବନ୍ଧୁକ ତିଆରି କାରଖାନା ଠାବ

ମାଲକାନାଗିରି : ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ନାରାୟଣପୁର ଜିଲ୍ଲା ତୋୟମେଟା ଏବଂ କଓ୍ୱାନାର ମଧ୍ୟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ହଠାତ୍‌ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ […]

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର,ବନ୍ଧୁକ ତିଆରି କାରଖାନା ଠାବ
Samaya Live Picture
Published On

ମାଲକାନାଗିରି : ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ନାରାୟଣପୁର ଜିଲ୍ଲା ତୋୟମେଟା ଏବଂ କଓ୍ୱାନାର ମଧ୍ୟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ହଠାତ୍‌ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଆହତ ହୋଇଥିଲେ । ତୁରନ୍ତ ସାଥୀମାନେ ଆହତ ଯବାନଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପ୍ରଥମେ ଆହତ ଯବାନଙ୍କୁ ନାରାୟଣପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପୂର୍ବରୁ ଏହି ଲ୍ୟାଣ୍ଡମାଇନ୍‌ ଲଗାଇଥିଲେ ବୋଲି ସୂଚନା ରହିଛି ।

ସେପଟେ ଏହି ବିସ୍ଫୋରଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହି ସମୟରେ ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏକ ବନ୍ଧୁକ କାରଖାନା ଠାବ କରାଯାଇଛି । ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ ଘଟାଇବା ମଧ୍ୟ ସେମାନଙ୍କ ଯୋଜନା ଥିଲା । ତେବେ ଲାଲବାହିନୀ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଗତିବିଧି ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Tags: