ନାଳରୁ ଉଦ୍ଧାର ହେଲା ନର କଙ୍କାଳ

ବାସୁଦେବପୁର : ନାଳରୁ ଉଦ୍ଧାର ହେଲା ନର କଙ୍କାଳ ବସ୍ତା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ବଡ଼ହାବେଳିସାହି ପାଞ୍ଚଘେରିଆ ଲୁଣାବନ୍ଧରୁ ଏକ ବନ୍ଦ ମୁହଁ ଥିବା ବସ୍ତା ଭିତରୁ ମଣିଷ କଙ୍କାଳ ସହ ଖପୁରି ଓ ଦାନ୍ତ ଉଦ୍ଧାର ହୋଇଛି । ଗାଁ ନାଳରେ ପାଣି ନିଷ୍କାସନ ହେଉନଥିବାରୁ ଗତକାଲି ଜେସିବି ସାହାଯ୍ୟରେ ନାଳ ଖୋଳା ଯାଉଥିଲା । ସେହି ସମୟରେ ନାଳରୁ ଏକ ବସ୍ତା ବାହାରିଥିଲା । ତେବେ ବସ୍ତାଟି ଅନେକ […]

Samaya Live Picture
Published On

ବାସୁଦେବପୁର : ନାଳରୁ ଉଦ୍ଧାର ହେଲା ନର କଙ୍କାଳ ବସ୍ତା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ ବଡ଼ହାବେଳିସାହି ପାଞ୍ଚଘେରିଆ ଲୁଣାବନ୍ଧରୁ ଏକ ବନ୍ଦ ମୁହଁ ଥିବା ବସ୍ତା ଭିତରୁ ମଣିଷ କଙ୍କାଳ ସହ ଖପୁରି ଓ ଦାନ୍ତ ଉଦ୍ଧାର ହୋଇଛି । ଗାଁ ନାଳରେ ପାଣି ନିଷ୍କାସନ ହେଉନଥିବାରୁ ଗତକାଲି ଜେସିବି ସାହାଯ୍ୟରେ ନାଳ ଖୋଳା ଯାଉଥିଲା । ସେହି ସମୟରେ ନାଳରୁ ଏକ ବସ୍ତା ବାହାରିଥିଲା । ତେବେ ବସ୍ତାଟି ଅନେକ ଦିନରୁ ନାଳ ମଧ୍ୟରେ ପଡିଥିବା ଯୋଗୁଁ ପଚିଯାଇ ସେଥିରୁ ଖପୁରି ବାହାରକୁ ଦେଖାଯାଉଥିଲା । ଖପୁରି କଙ୍କାଳ କାହାର ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନାନୁସାରେ, ଗତ ୨୭ ତାରିଖରେ ବଡ଼ହାବେଳିସାହି ପଞ୍ଚାଘେରିଆ ଗାଁର ମା’ ଯମୁନା ସାମଲ ଓ ଝିଅ କୌଶଲ୍ୟା ଗାଆଣ ସୁଭଦ୍ରା ଯୋଜନାରେ ଫର୍ମ ପକାଇବାକୁ ଯାଇ ଆଉ ଫେରିନଥିଲେ । ବହୁ ଖୋଜାଖୋଜି ପରେ ମାଆ ଓ ଝିଅଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ଲୋକ ଚଳିତ ମାସ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏବେ ଏହି କଙ୍କାଳ ଓ ଖପୁରି ମିଳିବା ପରେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି କରିଛି Iଏହି ଘଟଣାରେ ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁଙ୍କୁ ପୋଲିସ ଥାନାକୁ ପଚରା ଉଚରା ଚଳାଇଛି । ହେଲେ ଉକ୍ତ ଖପୁରି ଓ କଙ୍କାଳ କାହାର ସ୍ପଷ୍ଟ ହୋଇନାହିଁ ।

Tags: