କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ ,ବନ୍ଧୁକ ସହ ଧରାପଡ଼ିଲେ ୬ ଶିକାରୀ

ବାଲେଶ୍ୱର : ଆକ୍ସନ ମୋଡ଼ରେ କୁଲଡ଼ିହା ବନ ବିଭାଗ I କୁଲଡ଼ିହା ଅଭୟାରଣ୍ୟରେ ରାତି ଅଧିଆ ଚଢ଼ାଉ I ୬ ଟି ବନ୍ଧୁକ ସହ ୬ ଶିକାରୀ ଗିରଫ I ୩ ଦିନ ଧରି ଚାଲିଛି ଏହି ଚଢ଼ାଉ I ପୂର୍ବରୁ ଆଉ ୨ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ I ବାହାବନ୍ଧ ବିଟ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଗିରଫ କରିଛି ବନ ବିଭାଗ I କୁଲଡ଼ିହା ବନ ବିଭାଗ,ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ […]

Samaya Live Picture
Published On

ବାଲେଶ୍ୱର : ଆକ୍ସନ ମୋଡ଼ରେ କୁଲଡ଼ିହା ବନ ବିଭାଗ I କୁଲଡ଼ିହା ଅଭୟାରଣ୍ୟରେ ରାତି ଅଧିଆ ଚଢ଼ାଉ I ୬ ଟି ବନ୍ଧୁକ ସହ ୬ ଶିକାରୀ ଗିରଫ I ୩ ଦିନ ଧରି ଚାଲିଛି ଏହି ଚଢ଼ାଉ I ପୂର୍ବରୁ ଆଉ ୨ ଜଣ ଶିକାରୀଙ୍କୁ ଧରିଛି ବନ ବିଭାଗ I ବାହାବନ୍ଧ ବିଟ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଗିରଫ କରିଛି ବନ ବିଭାଗ I କୁଲଡ଼ିହା ବନ ବିଭାଗ,ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇଥିଲା I ଏହି ସମୟରେ ମଲ୍ଲିବଣିଆ ଠାରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି।

ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି । କୁଲଡିହାରେ ଦୁଇଜଣ ସବୁଜ ବାହିନୀ କର୍ମଚାରୀ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ।

Tags: