ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ
ଭୁବନେଶ୍ୱର: ଭୁଶୁଡୁଛି ମାଓ ଗଡ଼। ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନ-ନକ୍ସଲଙ୍କ ଗୁଳି ବିନିମୟରେ ଛଅ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲା ଗୁଂଡଲା ଅଂଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏନକାଉଣ୍ଟରରେ ୬ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହେବା ସହିତ ୨ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରେହାଉଣ୍ଡ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । […]
ଭୁବନେଶ୍ୱର: ଭୁଶୁଡୁଛି ମାଓ ଗଡ଼। ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନ-ନକ୍ସଲଙ୍କ ଗୁଳି ବିନିମୟରେ ଛଅ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲା ଗୁଂଡଲା ଅଂଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏନକାଉଣ୍ଟରରେ ୬ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହେବା ସହିତ ୨ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରେହାଉଣ୍ଡ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଞ୍ଚଳମ୍ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ବରଣ କରିଥିବା ସମସ୍ତ ମାଓବାଦୀ ଲାଛନ୍ନା ଦଲମ୍ ର ସଦସ୍ୟ ଥିବା ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣରେ ଗୁଳିଗୋଳା ଜବତ ହୋଇଛି ।




