ଭାଇର ଗୁଳି ମାଡ଼ରେ ଭଉଣୀ ମୃତ

କେଉଁଝର : କ୍ଷଣିକ କ୍ରୋଧରେ ବଶବର୍ତ୍ତୀ ହୋଇ ନିଜ ଭଉଣୀକୁ ଗୁଳିକଲା ଭାଇ I ଗୁରୁତର ଅବସ୍ଥାରେ ଭଉଣୀକୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନା ନେଇଥିଲେ I ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ଗୁଳିମାଡ଼ ପରେ ଅଭିଯୁକ୍ତ ଭାଇ ଥାନାରେ ଆତ୍ମ ସମର୍ପଣ କରିଛି I ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭାଇ ଗୁଳିମାଡ଼ କରିଥିବା ଜଣାପଡିଛି […]

Samaya Live Picture
Published On

କେଉଁଝର : କ୍ଷଣିକ କ୍ରୋଧରେ ବଶବର୍ତ୍ତୀ ହୋଇ ନିଜ ଭଉଣୀକୁ ଗୁଳିକଲା ଭାଇ I ଗୁରୁତର ଅବସ୍ଥାରେ ଭଉଣୀକୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନା ନେଇଥିଲେ I ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ଗୁଳିମାଡ଼ ପରେ ଅଭିଯୁକ୍ତ ଭାଇ ଥାନାରେ ଆତ୍ମ ସମର୍ପଣ କରିଛି I ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭାଇ ଗୁଳିମାଡ଼ କରିଥିବା ଜଣାପଡିଛି I ମୃତ ଭଉଣୀର ନାଁ ମାଳତୀ ବାରିକ ହୋଇଥିବାବେଳେ ଅଭିଯୁକ୍ତ ଭାଇର ନାଁ ପ୍ରସନ୍ନ ବାରିକ I

ଘଟଣIନୁସାରେ,ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନମ୍ୟାନ ଭାବେ କାର୍ଯ୍ୟ କରନ୍ତି । ଘରେ ସ୍ତ୍ରୀ,ଦୁଇ ପିଲା ଏବଂ ଅବିବାହିତା ବଡ଼ ଭଉଣୀ ରୁହନ୍ତି I ତାଙ୍କ ସ୍ତ୍ରୀ ଘରେ ଅନୁପସ୍ଥିତ ଥିବାବେଳେ ଆଜି ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲେ । କିନ୍ତୁ ଭଉଣୀ ତାଙ୍କ ଦେବାକୁ ମନାକରିଦେବାରୁ ସେ ଉତକ୍ଷିପ୍ତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁ ହୋଇଥିଲା । ଏହାପରେ ପ୍ରସନ୍ନ ନିଜେ ଫୋନ କରି ଘଟଣା ସମ୍ପର୍କରେ ଥାନାରେ ଜଣାଇ ଆତ୍ମସମର୍ପଣ କରିଥିଲେ I ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି।

Tags: