ଗାୟକ ସୌରିନ୍ ଭଟ୍ଟଙ୍କ ଅଡୁଆ ବଢ଼ିଲା : ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ବଲିଉଡ ଗାୟକ ସୌରିନ୍ ଭଟ୍ଟଙ୍କ ଅଡୁଆ ବଢ଼ିଲା I ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି | ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ I ଜଣେ ଯୁବତୀଙ୍କୁ ଗାୟିକା କରାଇଦେବା ନାଁରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଅର୍ଥ ଶୋଷଣ କରି ଫେରାର ହୋଇଯାଇଥିଲେ ବୋଲି ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା I ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ […]

Samaya Live Picture
Published On

ଭୁବନେଶ୍ୱର : ବଲିଉଡ ଗାୟକ ସୌରିନ୍ ଭଟ୍ଟଙ୍କ ଅଡୁଆ ବଢ଼ିଲା I ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି | ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ I ଜଣେ ଯୁବତୀଙ୍କୁ ଗାୟିକା କରାଇଦେବା ନାଁରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଅର୍ଥ ଶୋଷଣ କରି ଫେରାର ହୋଇଯାଇଥିଲେ ବୋଲି ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା I ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିବାପରେ ତାଙ୍କ ଗିରଫ ସମ୍ଭାବନା ବଢିଛି। ସୌରିନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ ।

ସୂଚନାନୁସାରେ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ସୌରିନ୍ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ I ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ତେବେ ସୌରିନ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ। ପରେ ପୀଡିତା ଏକଥା ଜାଣିବା ପରେ ତାଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ ମଧ୍ୟ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଉଥିଲେ ବୋଲି ପୋଲିସ ନିକଟରେ ଏତଲା ଦେଇଥିଲେ ପୀଡିତା । ତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ଥାନାରେ ହାଜର ହେବା ପାଇଁ ପୁଲିସ ତାଙ୍କୁ ନୋଟିସ୍ ଦେଇଥିଲା। କିନ୍ତୁ ସୌରିନ ଧରାଛୁଆଁ ଦେଇ ନଥିଲେ।

ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏନେଇ ରାୟ ପ୍ରକାଶ ପାଇଥିବାବେଳେ ଜାମିନ ଆବେଦନକୁ ଖାରଜ କରାଯାଇଛି |

ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ‌ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ।

Tags: