ବନ୍ଧାହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ : ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କମିଶନରେଟ୍ ପୁଲିସ

କଟକ : ବଢିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ । ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ। କୋଲକାତାରେ ସୌରିନ୍ ଭଟ୍ଟଙ୍କୁ ନପାଇବା ପରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ସୌରିନ୍ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯାଇଥିଲ ପୋଲିସ । ତିନିଟି ସ୍ଥାନରେ ଖୋଜିବା ପରେ ମଧ୍ୟ ସୌରିନ୍ ଭଟ୍ଟଙ୍କୁ ପାଇନଥିଲା ପୋଲିସ । ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ […]

Samaya Live Picture
Published On

କଟକ : ବଢିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ । ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ। କୋଲକାତାରେ ସୌରିନ୍ ଭଟ୍ଟଙ୍କୁ ନପାଇବା ପରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ସୌରିନ୍ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯାଇଥିଲ ପୋଲିସ । ତିନିଟି ସ୍ଥାନରେ ଖୋଜିବା ପରେ ମଧ୍ୟ ସୌରିନ୍ ଭଟ୍ଟଙ୍କୁ ପାଇନଥିଲା ପୋଲିସ ।

ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ତାଙ୍କ ଗିରଫଦାରୀ ସସମ୍ୟା ବଢ଼ି ଯାଇଥିଲା। ଏହାପରେ ପୁଲିସ୍ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଉ ଧରା ଦେଇ ନ ଥିଲେ ସୌରିନ ଭଟ୍ଟ। ଏହା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ।କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ।

Tags: