ସିମ ବକ୍ସ ଜବତ ଘଟଣା, ରାଞ୍ଚି ଅଭିମୁଖେ ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର : ଝାଡ଼ଖଣ୍ଡକୁ ଲମ୍ବିଛି ସିମ ବକ୍ସ ରାକେଟ ଚେର । ଅଭିଯୁକ୍ତ ରାଜୁ ମଣ୍ଡଳ ମୁହଁରୁ ତଥ୍ୟ ଓଗାଳିଛି କମିଶନରେଟ ପୋଲିସ । ରିମାଣ୍ଡର ତୃତୀୟ ଦିନରେ ଏହି ତଥ୍ୟ ପାଇବା ପରେ ରାଜୁକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ତୃତୀୟ ସିମ ବକ୍ସ ପାଇବା ପରେ କମିଶନରେଟ ପୋଲିସ ହାତରେ ଲାଗିବ ଅଧିକ ତଥ୍ୟ । ସେପଟେ ସିମ ବକ୍ସ ମାଷ୍ଟରମାଇଣ୍ଡ ଅସାଦୂର ଜମାନକୁ ଧରିବା […]

Samaya Live Picture
Published On

ଭୁବନେଶ୍ୱର : ଝାଡ଼ଖଣ୍ଡକୁ ଲମ୍ବିଛି ସିମ ବକ୍ସ ରାକେଟ ଚେର । ଅଭିଯୁକ୍ତ ରାଜୁ ମଣ୍ଡଳ ମୁହଁରୁ ତଥ୍ୟ ଓଗାଳିଛି କମିଶନରେଟ ପୋଲିସ । ରିମାଣ୍ଡର ତୃତୀୟ ଦିନରେ ଏହି ତଥ୍ୟ ପାଇବା ପରେ ରାଜୁକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ତୃତୀୟ ସିମ ବକ୍ସ ପାଇବା ପରେ କମିଶନରେଟ ପୋଲିସ ହାତରେ ଲାଗିବ ଅଧିକ ତଥ୍ୟ । ସେପଟେ ସିମ ବକ୍ସ ମାଷ୍ଟରମାଇଣ୍ଡ ଅସାଦୂର ଜମାନକୁ ଧରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୋଲିସ । ଏହାବାଦ ଆତଙ୍କୀ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା INA ମଧ୍ୟ ଆସି ଭୁବନେଶ୍ୱର ପହଁଚିଥିବା ସୂଚନା ମିଳିଛି ।

ସୂଚନାନୁସାରେ , ଗତ ୧୬ ଅଗଷ୍ଟ ରେ ପ୍ରଥମେ ଭୁବନେଶ୍ୱର ମଙ୍ଗରାଜ ପଏଣ୍ଟ ରେ ଥିବା ଏକ ଭଡା ଘରୁ ଠାବ ହୋଇଥିଲା ସିମ ବକ୍ସ । ପରେ ମଧୁପାଟଣାର ଏକ ଭଡା ଘରୁ ଜବତ ହୋଇଥିଲା ସିମ ବକ୍ସ । ଦୈତନଗରୀରୁ ମୋଟ ୧୨ଟି ସିମ୍‌‌ ବକ୍ସ ଜବତ କରିଛି ପୁଲିସ। ପରେ ଏବେ ପୁଣି ସୁଦୂର ରାଞ୍ଚି ରୁ ମିଳିବାକୁ ଯାଉଛି ସିମ ବକ୍ସ ଅଡ୍ଡା । କେବଳ ସେତିକି ନୁହେଁ ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁର ମାଷ୍ଟରମାଇଣ୍ଡ ଥିବା ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ ।

Tags: