ଏସଆଇ ପରୀକ୍ଷା ମହାଦୁର୍ନୀତି, ସିଲିକନ ପ୍ରାଇଭେଟ ଲିମିଟେଡ଼ ମାଲିକ ଗିରଫ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି। ଘଟଣାର ଆଉ ଜଣେ ମାଷ୍ଟର ମାଇଣ୍ଡକୁ ଧରିଲା କ୍ରାଇମବ୍ରାଞ୍ଚ । ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ ହୋଇଛନ୍ତି । ପଟିଆସ୍ଥିତ ବାସଭବନରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଘନ ଘନ ଜେରା ପରେ ସୁରେଶକୁ ଗିରଫ କରାଯାଇଛି । ଆଜି ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ସୁରେଶକୁ କୋର୍ଟରେ ହାଜର ହେବେ । ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ […]

ଏସଆଇ ପରୀକ୍ଷା ମହାଦୁର୍ନୀତି, ସିଲିକନ ପ୍ରାଇଭେଟ ଲିମିଟେଡ଼ ମାଲିକ ଗିରଫ
Samaya Live Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି। ଘଟଣାର ଆଉ ଜଣେ ମାଷ୍ଟର ମାଇଣ୍ଡକୁ ଧରିଲା କ୍ରାଇମବ୍ରାଞ୍ଚ । ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ ହୋଇଛନ୍ତି । ପଟିଆସ୍ଥିତ ବାସଭବନରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଘନ ଘନ ଜେରା ପରେ ସୁରେଶକୁ ଗିରଫ କରାଯାଇଛି । ଆଜି ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଏବଂ ସୁରେଶକୁ କୋର୍ଟରେ ହାଜର ହେବେ । ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ।

ଏସଆଇ ପରୀକ୍ଷା ଘୋଟାଲା ବାବଦରେ ଜଣା ପଡି଼ବା ପରେ ମୁଖ୍ଯ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ହୋଇଯାଇଥିଲା। ଏଥିରେ ସମ୍ପୃକ୍ତ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ସମୁଦାୟ ୧୧୯ ଜଣ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଶଙ୍କର ପୃଷ୍ଟିକୁ ଦିଲ୍ଲୀରୁ ଗିରଫ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ଶଙ୍କର ପହଁଚିବା ପରେ ବିସ୍ଫୋରକ ବୟାନ ଦେଇଥିଲା । ସେ କହିଥିଲା ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ସମସ୍ତଙ୍କର ତଥ୍ୟ ସରକାରଙ୍କୁ ଦେବ । ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳୀ ବାହାର କରନ୍ତୁ । ଏଥିରେ ତାର ସ୍ତ୍ରୀ କିମ୍ବାର ନିଜର କୌଣସି ଲିଙ୍କ ନ ଥିବା ଶଙ୍କର ପୃଷ୍ଟି କହିଥିଲା । ପରେ ପରୀକ୍ଷା ଦାୟିତ୍ୱ ନେଇଥିବା ସିଲିକନ ଟେକକୁ ଗିରଫ କରାଯାଇଥିଲା ।

Tags: