ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା,୩ ଅଭିଯୁକ୍ତଙ୍କୁ ଝାଳବୁହା ଜେରା

ଭୁବନେଶ୍ୱର : ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା । ହତ୍ୟା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୁଲିସ୍ । ବୁଧବାର ରାତିରେ କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା […]

ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା,୩ ଅଭିଯୁକ୍ତଙ୍କୁ ଝାଳବୁହା ଜେରା
Samaya Live Picture
Published On

ଭୁବନେଶ୍ୱର : ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା । ହତ୍ୟା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୁଲିସ୍ । ବୁଧବାର ରାତିରେ କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନି ଜେରା କରିଛି । ପ୍ରଥମେ ଦୀପକ ଓ ପରେ ପପୁ ଓ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି ।

ତାର ସହଯୋଗୀକୁ ପୁଲିସ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିଛି । ଗତ ୬ ତାରିଖ ସନ୍ଧ୍ୟାରେ ଭିଭିଆଇପି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା ବେଳେ କମିସନରେଟ୍‌ ପୁଲିସ ଏହାର ସାମାନ୍ୟତମ ଟେର୍‌ ସୁଦ୍ଧା ପାଇ ନଥିଲା। ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଘର ସମ୍ମୁଖରେ ଜଣେ ମହିଳା ପୁଲିସଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଶୁଭମିତ୍ରା ନିଖୋଜ ହେବାର ୧୨ ଦିନ ପରେ କମିସନରେଟ୍‌ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇପାରିଛି । ମୁଖ୍ୟ ଅଭିଯୁକ୍ତ ପୁଲିସ ଦୀପକ ରାଉତକୁ ଘଟଣାସ୍ଥଳକୁ ନେଇ ଗଳିତ ମୃତଦେହ ଉଦ୍ଧାର କରିବା ସହ ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ,ମୃତ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଘର ଖୋର୍ଦ୍ଧା ପିଚୁକୁଳି ଅଞ୍ଚଳରେ । ତାଙ୍କ ବାପା ପାରାଦୀପ ପୋର୍ଟରେ ଅନେକ ଦିନ ହେବ କାର୍ଯ୍ୟରତ ଅଛନ୍ତି । ଶୁଭମିତ୍ରା ଟ୍ରାଫିକ କନେଷ୍ଟବଳ ଭାବରେ ଭୁବନେଶ୍ୱରରେ ଚାକିରୀ କରୁଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଏହି ସମୟରେ ତାଙ୍କର ପୋଲିସ ଭବନରେ ଆକାଉଣ୍ଟାଟ ଭାବରେ ଚାକିରୀ କରିଥିବା ଦୀପକ ରାଉତଙ୍କ ସହିତ ସମ୍ପର୍କ ହୋଇଥିଲା ଏବଂ ଉଭୟେ ୨୦୨୪ ଜୁଲାଇ ମାସ ୨୫ ତାରିଖରେ କୋର୍ଟ ମ୍ୟାରେଜ କରିଥିଲେ । ତେବେ ଦୀପକ ପୂର୍ବରୁ ମଧ୍ୟ ବିବାହିତ ଥିଲେ । ତାଙ୍କ ପତ୍ନୀଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ସେ କୋଟିଏ ଟଙ୍କା ହାତେଇଥିଲେ । ଶୁଭମିତ୍ରାଙ୍କ ନାଁରେ ମଧ୍ୟ କୋଟିଏ ଟଙ୍କାର ବୀମା ଥିବା ସୂଚନା ମିଳିଛି । ତେବେ ଦୀପକ ଶୁଭମିତ୍ରାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ । ଏହାପରେ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ପରେ ତାହା ହତ୍ୟାକାଣ୍ଡର ରୂପ ନେଇଥିଲା । ଏହି ଘଟଣାରେ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରେସମିଟ କରି ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ।

Tags: