ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଖାରଜ

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ବର୍ତ୍ତମାନ ଯାଏଁ ଏଶ୍ରଦ୍ଧାଞ୍ଜଳି ଫେରାର ଅଛନ୍ତି । ଫଳରେ ସମନ ଅନୁଯାୟୀ ଆସନ୍ତା ୨୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି । ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ହାଶାଇବା ହେତୁ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ […]

Samaya Live Picture
Published On

ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ବର୍ତ୍ତମାନ ଯାଏଁ ଏଶ୍ରଦ୍ଧାଞ୍ଜଳି ଫେରାର ଅଛନ୍ତି । ଫଳରେ ସମନ ଅନୁଯାୟୀ ଆସନ୍ତା ୨୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି ।

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ହାଶାଇବା ହେତୁ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଥିବା ଜଣାଯାଇଛି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପଚରାଉଚରା କରାଯାଇଥିଲା।

ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମଲାରେ ଅଭିଯୁକ୍ତ ଥିବା ଖଗେଶ୍ବରଙ୍କୁ ପରବର୍ତ୍ତୀ ସମୟରେ ଇଡି ଗିରଫ କରିଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଜଗବନ୍ଧୁଙ୍କ ନିୟମିତ ଜାମିନ ଲାଗି ହାଇକୋର୍ଟରେ ଆବେଦନ କରିଥିଲେ।

Tags: