ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତି,ଫ୍ରିଜ ରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ : ଲିଭ-ଇନ ରେ ରହୁଥିବା ପ୍ରେମିକର ସୈତାନ କାଣ୍ଡ I ଶ୍ରଦ୍ଧା ୱାକର ପରେ ପୁଣି ଦିଲ୍ଲୀରେ ଆଉ ଏକ ହତ୍ୟା ମାମଲା । ପ୍ରେମିକାକୁ ମାରି ଢାବାରେ ଥିବା ଫ୍ରିଜରେ ମୃତ ଦେହ ଲୁଚାଇ ରଖିଲା ପ୍ରେମିକ । ପ୍ରମିକାଙ୍କ ନାଁ ନିକ୍କି ଯାଦବ (୨୨) ଏବଂ ସୈତାନ ପ୍ରେମିକ ହେଉଛି ସାହିଲ ଗେହଲୋଟ (୨୪) I ଘଟଣା ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ […]
ନୂଆଦିଲ୍ଲୀ : ଲିଭ-ଇନ ରେ ରହୁଥିବା ପ୍ରେମିକର ସୈତାନ କାଣ୍ଡ I ଶ୍ରଦ୍ଧା ୱାକର ପରେ ପୁଣି ଦିଲ୍ଲୀରେ ଆଉ ଏକ ହତ୍ୟା ମାମଲା । ପ୍ରେମିକାକୁ ମାରି ଢାବାରେ ଥିବା ଫ୍ରିଜରେ ମୃତ ଦେହ ଲୁଚାଇ ରଖିଲା ପ୍ରେମିକ । ପ୍ରମିକାଙ୍କ ନାଁ ନିକ୍କି ଯାଦବ (୨୨) ଏବଂ ସୈତାନ ପ୍ରେମିକ ହେଉଛି ସାହିଲ ଗେହଲୋଟ (୨୪) I ଘଟଣା ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏବଂ ଅଭିଯୁକ୍ତ ସାହିଲ ଗେହଲୋଟଙ୍କୁ ଗିରଫ କରାଯାଇଛି।
ଘଟନାନୁସାରେ, ନିକ୍କି ଯାଦବଙ୍କ ଘର ହରିଆଣାରେ ରେ I ଏବଂ ସାହିଲ ର ଘର ହେଉଛି ମିତ୍ରାଓଁ ଗାଁରେ I ୨୦୧୮ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଉଭୟ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରବର୍ତ୍ତୀ ଅବସ୍ଥାରେ ଉଭୟ ଗ୍ରେଟର ନୋଏଡାରେ ଥିବା ସମାନ କଲେଜରେ ନାଁ ଲେଖାଇଥିଲେ। କଲେଜରେ ପାଠପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଗ୍ରେଟର ନୋଏଡାରେ ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ। ଏହାପରେ ଦୁହେଁ ଲିଭ ଇନରେ ରହି ମନାଲୀ, ରିଷିକେଶ, ହରିଦ୍ୱାର, ଡେରାଡୁନ ଭଳି ସ୍ଥାନ ସାଙ୍ଗ ହୋଇ ବୁଲିବାକୁ ମଧ୍ୟ ଯାଇଥିଲେ ।
କୋରନା ଲକ୍ ଡାଉନ ସମୟରେ ୨ଜଣ ନିଜ ନିଜ ଘରକୁ ଚାଲିଯାଇଥିଲେ । ହେଲେ ସେଠାରୁ ଆସିବା ପରେ ପୁଣି ଲିଭଇନରେ ରହିବାକୁ ଆରମ୍ଭ କଲେ । ସାହିଲ ଏହି ସଂପର୍କକୁ ନେଇ ନିଜ ଘରେ କୌଣସି କଥା କହିନଥିଲା । ଏହାପରେ ସାହିଲକୁ ବିବାହ କରିବା ପାଇଁ ତାଙ୍କ ଘର ଲୋକେ ବାଧ୍ୟ କରିଥିଲେ । ଏଥିରେ ସାହିଲ ହଁ ମଧ୍ୟ କରିଦେଇଥିଲେ । ଡିସେମ୍ବର ୨୦୨୨ରେ ସାହିଲର ବିବାହ କଥା ଠିକ୍ ହୋଇ ୨୦୨୩ର ୯ଫେବୃଆରୀରେ ଏନଗେଂଜମେଣ୍ଟ ହୋଇଥିଲା । ଏବଂ ବିବାହ ଫେବୃଆରୀ ୧୦ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
ସାହିଲ ଅନ୍ୟତ୍ର ବିବାହ କରୁଥିବା କଥା ନିକ୍କି କୌଣସି ପ୍ରକାର ଜାଣି ଯାଇଥିଲେ I ତେଣୁ ଏହି ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା I ଏ ପରିକି ନିକ୍କି ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ତାଙ୍କ ଘର ଲୋକଙ୍କୁ ଜଣାଇଦେବି ବୋଲି କହିଥିଲା I ହତ୍ୟା କାଣ୍ଡ ଦିନ ନିକ୍କି ସIହିଲକୁ ନିଜ ଆପାର୍ଟମେଣ୍ଟକୁ ଡ଼କାଇଥିଲା I ଏହାପୂର୍ବରୁ ୨ ଜଣ ଗୋଆ ବୁଲି ଯିବାର ପ୍ଲାନ କରିଥିଲେ I କିନ୍ତୁ ସାହିଲ ଯିବାକୁ ମନାକରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା I ଆଉ ରାଗରେ ମୋବାଇଲ ଚାର୍ଜର ତାର ନିକ୍କି ବେକରେ ଗୁଡ଼ାଇ ହତ୍ୟା କରିଥିଲା ସାହିଲ । ଏହାପରେ ଦିନ ସାରା ନିଜ କାରରେ ନିକ୍କି ର ମୃତଦେହ ରଖି ଦିଲ୍ଲୀରେ ଏଣେ ତେଣେ ବୁଲିଥିଲା I ଶେଷରେ କୌଣସି ଉପାୟ ନ ପାଇ ମୃତଦେହକୁ ନଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଗୋଟିଏ ଢାବାର ଫ୍ରିଜ୍ ମଧ୍ୟରେ ରଖି ଘରକୁ ଯାଇ ବିବାହ କରି ନେଇଥିଲା ।
ଅନ୍ୟପଟେ ନିକିଙ୍କ ଘର ଲୋକ ଝିଅ ନିଖୋଜ ହେବା ନେଇ ଥାନାରେ ଏତଲା ଦେବାପରେ ପରେ ଘଟଣା ସାମ୍ନାକୁ ଆସିଥିଲା । ପୁଲିସ ମଙ୍ଗଳବାର ଦିନ ଢାବାରେ ପହଞ୍ଚି ଫ୍ରିଜରୁ ନିକ୍କିଙ୍କ ମୃତ ଶରୀରର ଉଦ୍ଧାର କରିବା ସହ ସାହିଲକୁ ଗିରଫ କରି ଆଇପିସି ଧାରା ୩୦୨ ଏବଂବ ୨୦୧ ଅନୁଯାୟୀ ଅଭିଯୋଗ ଦାଖଲ କରିଛି ।




