ଲିଭ ଇନ ପାର୍ଟନର ହତ୍ୟା ଘଟଣା: ଅଭିଯୁକ୍ତ ଅଫତାବର ହେବ ନାର୍କୋ ଟେଷ୍ଟ, ଅନୁମତି ଦେଲା ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା । ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା । ଏଥିପାଇଁ ଗୁରୁବାର ର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି । ମିଛ ଧରା ପରୀକ୍ଷା ସହ ଅଫତାବର ନାର୍କୋ ଆନାଲିସସ ଟେଷ୍ଟ ପାଇଁ କୋର୍ଟଙ୍କ ଗ୍ରୀନ ସିଗ୍ନାଲ ଦେଇଛନ୍ତି […]
ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଫତାବ ଅମୀନ ପୁନାୱାଲାର ହେବ ମିଛ ଧରା ପରୀକ୍ଷା । ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ଦିଲ୍ଲୀ ପୁଲିସ୍ ତା’ର ମିଛ ଧରା ପରୀକ୍ଷା କରିବାକୁ ଚାହୁଁଥିଲା । ଏଥିପାଇଁ ଗୁରୁବାର ର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି । ମିଛ ଧରା ପରୀକ୍ଷା ସହ ଅଫତାବର ନାର୍କୋ ଆନାଲିସସ ଟେଷ୍ଟ ପାଇଁ କୋର୍ଟଙ୍କ ଗ୍ରୀନ ସିଗ୍ନାଲ ଦେଇଛନ୍ତି ।

ଏହାବାଦ କୋର୍ଟ ତା’ର ପୁଲିସ ରିମାଣ୍ଡ ଅବଧିକୁ ମଧ୍ୟ ଆଉ ୫ ଦିନ ବାଇ ଦେଇଛନ୍ତି । ଏପରି ଅନୁମତି ପରେ ପୁଲିସ୍ ଅଫତାବକୁ ହିମାଚଳ ପ୍ରଦେଶର ପାର୍ବତୀ ଉପତ୍ୟାକା ନେଇ ଘଟଣାର ତଦନ୍ତ କରିବ । କାରଣ ଶ୍ରଦ୍ଧା ଓ ଅଫତାବ ମେ’ ମାସରେ ହିମାଚଳ ପ୍ରଦେଶକୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଅଫତାବ ମେ’ ୧୮ରେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ତାଙ୍କ ମୃତଦେହକୁ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡରେ ପରିଣିତ କରିଥିଲା ଓ ପାଖରେ ବସି ଗଞ୍ଜେଇ ଟାଣିଥିଲା । ଶେଷରେ ଏହାକୁ ନେଇ ଦିଲ୍ଲୀର ମେହରୁଲ ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଦେଇଥିଲା ।
ଖାଲି ସେତିକି ନୁହେଁ, ସେ ଶ୍ରଦ୍ଧାଙ୍କ ମୁଣ୍ଡକୁ ମଧ୍ୟ ପୋଡ଼ି ଦେଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ ମଧ୍ୟ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛି । ଶୁକ୍ରବାର ଅଫତାବର ରିମାଣ୍ଡ ଅବଧି ସରୁଥିବାରୁ ତା’କୁ କୋର୍ଟରେ ଭିଡିଓ କନଫରେନ୍ସିଂ ଦ୍ୱାରା ହାଜର କରାଯାଇଥିଲା । ଶୁଣାଣି ପୂର୍ବରୁ କୋର୍ଟ ବାହାରେ ଆଇନଜୀବୀମାନେ ଅଫତାବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରି ନାରାବାଜୀ କରିଥିଲେ ।
ଆଇନଜୀବୀଙ୍କ ଆକ୍ରୋଶକୁ ଦେଖି ପୁଲିସ୍ ଅଫତାବକୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରିଥିବା ଜଣାପଡ଼ିଛି । ପୁଲିସ୍ ଗତ ଶୁକ୍ରବାର ଅଫତାବକୁ ଶ୍ରଦ୍ଧାଙ୍କ ହତ୍ୟା ଘଟଣାରେ ଗିରଫ କରିଥିଲା । ଏହାର ଦିନକ ପରେ ଅର୍ଥାତ ଶନିବାର ଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା । ଆଜି ପୁଲିସ ଆଉ ୫ ଦିନ ଅଫତାବକୁ ରିମାଣ୍ଡରେ ନେଇଛି । ଶ୍ରଦ୍ଧାଙ୍କ ମୋବାଇଲ ଫୋନ ଓ ମୃତଦେକୁ ଖଣ୍ଡଖଣ୍ଡ କରିବା ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ପୁଲିସ ଏଯାଏ ପାଇନି । ତେଣୁ ଅଫତାବକୁ ରିମାଣ୍ଡରେ ନେବା ଜରୁରୀ ବୋଲି ପୁଲିସ୍ କୋର୍ଟରେ ଯୁକ୍ତି ରଖିଥିଲା ।




