ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି,୩ ଗୁରୁତର

ରାଜଗାଙ୍ଗପୁର : ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି I ଅସାବଧାନତାବଶତଃ ଗୁଳି ଫୁଟିବାରୁ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି I ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଆଜି ସକାଳେ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଆଇସିଆଇସିଆଇ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର ହୋଇଛନ୍ତି । ସିଏମଏସ ଗାଡ଼ିରେ ଏଟିଏମ ଟଙ୍କା ଭର୍ତ୍ତି କରାଯାଉଥିବାବେଳେ ପାଖରେ ସୁରକ୍ଷା କର୍ମୀଜଣକ […]

Samaya Live Picture
Published On

ରାଜଗାଙ୍ଗପୁର : ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି I ଅସାବଧାନତାବଶତଃ ଗୁଳି ଫୁଟିବାରୁ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି I

ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଆଜି ସକାଳେ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଆଇସିଆଇସିଆଇ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଗୁରୁତର ହୋଇଛନ୍ତି । ସିଏମଏସ ଗାଡ଼ିରେ ଏଟିଏମ ଟଙ୍କା ଭର୍ତ୍ତି କରାଯାଉଥିବାବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ । ହଠାତ୍‌ ଅସାବଧାନତା କାରଣରୁ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା । ସେମାନେ ହେଲେ ଦିଲୱାରଗଞ୍ଜର ବାସିନ୍ଦା ମହମ୍ମଦ ଇଲିଆସ (୪୦), ଜାମ୍ପପାଲିର ବାସିନ୍ଦା ସୀତା ଲାକ୍ରା (୩୩), ଶାନ୍ତି ନଗରର ଅନୁରାସ ତନ୍ତୀ (୨୫)। ତୁରନ୍ତ ସେମାନଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ଖବର ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ସୁରକ୍ଷାକର୍ମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Tags: