ବ୍ରାଉନ ସୁଗାର ମାଫିଆକୁ ଗୁଳି

ଖୋର୍ଦ୍ଧା : ଖୋର୍ଦ୍ଧାରେ ବ୍ରାଉନ୍‌ସୁଗାର୍‌ ବେପାରୀକୁ ଗୁଳିମାଡ଼ I ବୁଧୁବାର ରାତିରେ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ସୋମନାଥ ଭୂଜବଳକୁ ଗୁଳିମାଡ଼ ହୋଇଛି। ସୋମନାଥ ଦେହରେ ୫ଟି ଗୁଳି ବାଜିଥିବା ଜଣାଯାଇଛି। ବାହାଘର ବରଯାତ୍ରୀ ଯିବାପାଇଁ ଠେଙ୍ଗାହାଟ ନିକଟରେ ଛିଡା ହୋଇଥିବା ସମୟରେ ଏକ ପିକଅପ ଭ୍ୟାନରେ ୫ରୁ ଊର୍ଦ୍ଧ୍ୱ ଯୁବକ ଆସି ୫ ରାଉଣ୍ଡ ଗୁଳି ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । […]

Samaya Live Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧାରେ ବ୍ରାଉନ୍‌ସୁଗାର୍‌ ବେପାରୀକୁ ଗୁଳିମାଡ଼ I ବୁଧୁବାର ରାତିରେ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ ସୋମନାଥ ଭୂଜବଳକୁ ଗୁଳିମାଡ଼ ହୋଇଛି। ସୋମନାଥ ଦେହରେ ୫ଟି ଗୁଳି ବାଜିଥିବା ଜଣାଯାଇଛି। ବାହାଘର ବରଯାତ୍ରୀ ଯିବାପାଇଁ ଠେଙ୍ଗାହାଟ ନିକଟରେ ଛିଡା ହୋଇଥିବା ସମୟରେ ଏକ ପିକଅପ ଭ୍ୟାନରେ ୫ରୁ ଊର୍ଦ୍ଧ୍ୱ ଯୁବକ ଆସି ୫ ରାଉଣ୍ଡ ଗୁଳି ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ତିନିଟି ଖୋଖାକୁ ପୁଲିସ ଜବତ କରିଛି।

ସୋମବାର ରାତି ପ୍ରାୟ ୧୦ଟା ବେଳେ ସୋମନାଥ ଓ ତା’ର ଦୁଇ ସାନଭାଇ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ସମୟରେ ଠେଙ୍ଗାହାଟ ଦୋଳପଡ଼ିଆ ନିକଟରେ ସୋମନାଥ ମୋବାଇଲ୍‌କୁ କଲ୍ ଆସିଥିଲା। ସେ କଥା ହେଉଥିବା ସମୟରେ ଏକ ପିକଅପ ଭ୍ୟାନରେ କିଛି ଦୁର୍ବୃତ୍ତ ପହଁଚି ସୋମନାଥ ଉପରକୁ ଆଖିବୁଜା ଗୁଳିମାଡ଼ କରି ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ଚାଲିଯାଇଥିଲା। ଆଖପାଖ ଲୋକ ବାଣଫୁଟୁଥିବା ଶବ୍ଦ ପାଇଁ ଗୁଳିମାଡ଼ କଥା ପ୍ରଥମେ ଜାଣିପାରିନଥିଲେ, କିନ୍ତୁ ସୋମନାଥ ଯେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଦୌଡ଼ିବା ଆରମ୍ଭ କଲା, ସେତେବେଳେ ଲୋକେ ଏକଥା ଜାଣିପାରିଥିଲେ। ତୁରନ୍ତ ସୋମନାଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସୋମନାଥର ଡାହାଣ ହାତ, ଛାତି, ପେଟ ଆଦିରେ ଗୁଳି ବାଜିଥିବା ଜଣାଯାଇଛି। ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ଖାଲି ଖୋଖା ଜବତ କରିଛି। ଏନେଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ସେ ନିଜେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିକାଣ୍ଡର କାରଣ ଓ ଦୁର୍ବୃତ୍ତଙ୍କ ସଂପର୍କରେ ତଦନ୍ତ କରାଯାଉଛି।

Tags: