ପାରାଦୀପରେ ଚାଞ୍ଚଲ୍ୟ ,ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ
ପାରାଦୀପ : ପାରାଦୀପ ବଡ଼ ପଡିଆ ଟ୍ୟାକ୍ସି ଷ୍ଟାଣ୍ଡ ପଛପଟେ ଯୁବକକୁ ତଣ୍ଟି କାଟି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I ମୃତ ଯୁବକଙ୍କ ନାଁ ଟୂବୁଲୁ ଜେନା I ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ । ସେ ପାରାଦୀପ ରେବିକା ବାରରେ କିଛି ଦିନ ହେବ କାର୍ଯ୍ୟ କରୁଥିବା ଜଣାପଡ଼ଛି। ଏଭଳି ହତ୍ୟାକାଣ୍ଡ ଘଟିଥିବା ହେତୁ ତାହା ନାନା ପ୍ରଶ୍ନବାଚୀ […]
ପାରାଦୀପ : ପାରାଦୀପ ବଡ଼ ପଡିଆ ଟ୍ୟାକ୍ସି ଷ୍ଟାଣ୍ଡ ପଛପଟେ ଯୁବକକୁ ତଣ୍ଟି କାଟି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I ମୃତ ଯୁବକଙ୍କ ନାଁ ଟୂବୁଲୁ ଜେନା I ତାଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ । ସେ ପାରାଦୀପ ରେବିକା ବାରରେ କିଛି ଦିନ ହେବ କାର୍ଯ୍ୟ କରୁଥିବା ଜଣାପଡ଼ଛି।
ଏଭଳି ହତ୍ୟାକାଣ୍ଡ ଘଟିଥିବା ହେତୁ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଏ କଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ରେବିକା ବାରର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସକାଳେ ତାର ମୃତଦେହ ଦେଖି ବାରରେ କାମ କରୁଥିବା ଲେକେ ପୁଲିସକୁ ଆବର ଦେଇଥିଲେ। ଟୁବୁଲୁ ଜେନାକୁ ହତ୍ୟା କରାଯାଇଥିବା ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟୁବୁଲୁ ମାତ୍ର ୧୫ ଦିନ ହେବ ପାରାଦୀପ ଆସିଥିଲା। ଏହା ପୂର୍ବରୁ ସେ ଅଠରବଙ୍କିରେ ଏକ ହୋଟେଲ ରେ ରହି କାମ କରୁଥିଲା I ତେବେ ଯୁବକଙ୍କୁ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I




