ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ବ୍ରେକଅପ କରିଥିଲେ ଶିଜାନ
ମୁମ୍ବାଇ : ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପରେ ସହ କଳାକାର ଶିଜାନ ଖାଁ ଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ I ଶିଜାନ ଙ୍କ ବିରୋଧରେ ଅଭିନେତ୍ରୀ ତୁନିଶା ମା’ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ କରିଥିଲେ I ରବିବାର ଦିନ ଶିଜାନ ଖାଁ ଙ୍କୁ ଗିରଫ କରିବା ପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ Iପଚରାଉଚରା ବେଳେ ଶିଜାନ ପୁଲିସକୁ ଆଶ୍ଚର୍ଯ୍ୟ କଲା ଭଳି ବୟାନ […]
ମୁମ୍ବାଇ : ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପରେ ସହ କଳାକାର ଶିଜାନ ଖାଁ ଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ I ଶିଜାନ ଙ୍କ ବିରୋଧରେ ଅଭିନେତ୍ରୀ ତୁନିଶା ମା’ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ କରିଥିଲେ I ରବିବାର ଦିନ ଶିଜାନ ଖାଁ ଙ୍କୁ ଗିରଫ କରିବା ପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ Iପଚରାଉଚରା ବେଳେ ଶିଜାନ ପୁଲିସକୁ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛି। ତୁନିଶାଙ୍କ ସହ ବ୍ରେକ୍ଅପ କରିବା ପଛର କାରଣ ପଚରାଯିବାରୁ ମୃତ ଶ୍ରଦ୍ଧା ୱାକରଙ୍କ ପାଇଁ ସେ ଏଭଳି କରିଥିଲେ ବୋଲି କହିଛନ୍ତି। ଶ୍ରଦ୍ଧା ୱାକର ମାମଲାରେ ପ୍ରତିକ୍ରିୟା ଦେଖିବା ପରେ ସେ ତୁନିଶା ଶର୍ମାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ।
ଶିଜାନଙ୍କ କହିବା ମୁତାବକ, ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ପରେ ମୁଁ ଚିନ୍ତାରେ ଥିଲି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ହିନ୍ଦୁ-ମୁସଲିମ ଓ ଲଭ ଜିହାଦ କଥା ଉଠୁଥିବାରୁ ମୁଁ ତୁନିଶାଙ୍କ ସହ ବ୍ରେକ୍ଅପ କରିଥିଲି। ନିଜ ଧର୍ମ ପାଇଁ ମୁଁ ଏଭଳି କରିଥିଲି। ବର୍ତ୍ତମାନ ପୁଲିସ ହେପାଜତରେ ଥିବା ଶିଜାନ ଖାନ ୱାଲିଭ ପୁଲିସକୁ କହିଛି ଯେ ଶ୍ରଦ୍ଧା ୱାକରଙ୍କ ଲିଭ ଇନ ପାର୍ଟନର ଅଫତାବ ପୁନାୱାଲା ମୁସଲିମ ଥିଲେ। ସେ ଯେତେବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ଖବର ସାମ୍ନାକୁ ଆସିଲା, ଲଭ ଜିହାଦକୁ ନେଇ ଅନେକ ଚର୍ଚ୍ଚା କରାଗଲା। ଏଥିପାଇଁ ମୁଁ ଚାପଗ୍ରସ୍ତ ଏହା ପରେ ତୁନିଶାଙ୍କୁ ବହୁତ ବୁଝାଇଥିଲି ,କିନ୍ତୁ ସେ କିଛି ବୁଝିବା ଅବସ୍ଥାରେ ନଥିଲେ I ଏହାପରେ ମୁଁ ତୁନିଶା ଶର୍ମାଙ୍କ ସହ ବ୍ରେକଅପ୍ କରିବାକୁ ନିଷ୍ପତ୍ତି ନେଇଥିଲି। ବ୍ରେକ୍ଅପ କରିବା ପଛରେ ମୋ ଧର୍ମ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟ ଥିଲା ବୋଲି ସେ ପୁଲିସକୁ କହିଛନ୍ତି। କାରଣ ଶିଜାନ୍ ମହମ୍ମଦ୍ଙ୍କୁ ୨୮ ବର୍ଷ ହୋଇଥିବା ବେଳେ ତୁନିଶାଙ୍କକୁ ୨୦ ବର୍ଷ। ପୂର୍ବରୁ ମଧ୍ୟ ଥରେ ତୁନିଷା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶିଜାନ୍ ତାଙ୍କୁ ଉଦ୍ଧାର କରି ତାଙ୍କ ମା’ଙ୍କୁ ଯତ୍ନ ନେବାକୁ କହିଥିଲେ I ଏହାପରେ ମଧ୍ୟ ତୁନିଶାଙ୍କ ଏଭଳି ପଦକ୍ଷେପ ନେବା ତାଙ୍କୁ ଅଧିକ ମ୍ରିୟମାଣ କରିଛି I




