ଯୌନ ନିର୍ଯାତନା ମାମଲା: ମହିଳା ଥାନାରେ ହେଲେ ସୌରୀନ ଭଟ୍ଟ
କଟକ: ମହିଳା ଥାନାରେ ହାଜର ହେଲେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟ I ଠକେଇ ଓ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ସୌରିନ ଭଟ୍ଟ ମହିଳା ଥାନାରେ ହାଜର ହୋଇଛନ୍ତି। ପୀଡ଼ିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରିନ। ଥାନାରେ ହଜାର ହେବ ପୂର୍ବରୁ ସୌରୀନ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମୋ ବିରୁଦ୍ଧରେ ଆସିଥିବା ଅଭିଯୋୁଗ ଭିତ୍ତିହୀନ ଓ ମିଥ୍ୟା। ସୂଚନାନୁସାରେ,ଜୁନ୍ ୧୨ […]
କଟକ: ମହିଳା ଥାନାରେ ହାଜର ହେଲେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟ I ଠକେଇ ଓ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ସୌରିନ ଭଟ୍ଟ ମହିଳା ଥାନାରେ ହାଜର ହୋଇଛନ୍ତି। ପୀଡ଼ିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରିନ। ଥାନାରେ ହଜାର ହେବ ପୂର୍ବରୁ ସୌରୀନ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମୋ ବିରୁଦ୍ଧରେ ଆସିଥିବା ଅଭିଯୋୁଗ ଭିତ୍ତିହୀନ ଓ ମିଥ୍ୟା।
ସୂଚନାନୁସାରେ,ଜୁନ୍ ୧୨ ତାରିଖରେ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଥିଲା । ସମ୍ପୃକ୍ତ ଯୁବତୀ ଜଣକ ପ୍ରଥମେ ଜଗତପୁର ଥାନାରୁ ଯାଇ କଟକ ମହିଳା ଥାନାରେ ଠକେଇ ଓ ଦୁଷ୍କର୍ମ ଅଭିଯୋଗ ସମ୍ପର୍କରେ ଏତଲା ଦେଇଥିଲେ । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଥିଲା । ଯୁବତୀଙ୍କ ଏତଲା କ୍ରମେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରାଯାଇଥିଲା । ଏଥି ସହିତ ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ
ଅନ୍ୟପକ୍ଷେ କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ଏହାପରେ ପୁଲିସ ସିଡିଏ ସେକ୍ଟର ୬ରେ ଥିବା ସୌରିନଙ୍କର ଭଡ଼ା ଘରେ ଚଢ଼ଉ କରିଥିଲା। ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଥିଲା। ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଥିଲା। ଏନେଇ ଆଜି ସୌରୀନ କଟକ ମହିଳା ଥାନାରେ ହାଜର ହୋଇଛନ୍ତି I




