ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ

ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଅଶୋକ ନଗର ରାସ୍ତା ପାର୍ଶ୍ୱରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧର କରାଯାଇଥିଲା । ତେବେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡି ପୋଲିସ ତଦନ୍ତ କରୁଥିବାବେଳେ ମିଳିଛି ବଡ଼ ସୁରାଗ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ପୋଲିସ ସେକ୍ସ ରାକେଟ୍ ଠାବ କରିଛି । ସେଠାରେ ଏକ ଭଡ଼ା ଘରେ ଚାଲିଥିଲା ଦେହ ବେପାର। ସୁରାଗ ମିଳିବା ପରେ ସେହି ଘରେ ଅତର୍କିତ ଚଢ଼ାଉ କରି […]

ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ
Samaya Live Picture
Published On

ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ଅଶୋକ ନଗର ରାସ୍ତା ପାର୍ଶ୍ୱରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧର କରାଯାଇଥିଲା । ତେବେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡି ପୋଲିସ ତଦନ୍ତ କରୁଥିବାବେଳେ ମିଳିଛି ବଡ଼ ସୁରାଗ । ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ପୋଲିସ ସେକ୍ସ ରାକେଟ୍ ଠାବ କରିଛି । ସେଠାରେ ଏକ ଭଡ଼ା ଘରେ ଚାଲିଥିଲା ଦେହ ବେପାର। ସୁରାଗ ମିଳିବା ପରେ ସେହି ଘରେ ଅତର୍କିତ ଚଢ଼ାଉ କରି ୧୦ ଯୁବତୀଙ୍କୁ ଉଦ୍ଧାର କଲା କ୍ୟାପିଟାଲ ଥାନା ପୁଲିସ। ରେଡ୍ ବେଳେ ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ଏକାଧିକ ଭ୍ୟାନିଟି ବ୍ୟାଗ୍ ଜବତ ହୋଇଛି। ସେହି ଘରେ ଉକ୍ତ ନାବାଳିକା ମଧ୍ୟ ରହୁଥିଲେ । ଝାଡ଼ଖଣ୍ଡରୁ ନାବାଳିକାକୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ପୋଲିସକୁ ପ୍ରାଥମିକ ସ୍ତରରେ ସୂଚନା ମିଳିଛି । ସେଠାରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ୍ ଚାଲିଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅଧିକ ଖୋଳତାଡ଼ କରୁଛି ପୋଲିସ ।

Tags: