ତିର୍ତ୍ତୋଲ ବିଧାୟଙ୍କ ନାଁରେ ପୁଣି ଅଭିଯୋଗ

ତିର୍ତ୍ତୋଲ: ଜୁଲାଇ ୧୪: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର କମୁନି ବିବାଦ । ବିଧାୟକଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍‌ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ । ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍ପି ଚିଠି ଲେଖିଥିଲେ । ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ୍‌ ଚଳାଇବା ନେଇ ଗତ ମାସରେ […]

Samaya Live Picture
Published On

ତିର୍ତ୍ତୋଲ: ଜୁଲାଇ ୧୪: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର କମୁନି ବିବାଦ । ବିଧାୟକଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍‌ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ । ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍ପି ଚିଠି ଲେଖିଥିଲେ । ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ୍‌ ଚଳାଇବା ନେଇ ଗତ ମାସରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏନେଇ ଜଗତସିଂହପୁର ଥାନା ପୋଲିସ କେସ୍‌ ନମ୍ବର ୩୯୭/୨୦୨୨ରେ ଗୋଟିଏ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ସେତେବେଳେ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ହଟଚମଟ ହୋଇଥିଲା । ବିଜୟଶର ଜଣେ ବିଧାୟକ ହୋଥିବାରୁ ଏ ମାମଲା କେବଳ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍ପି ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତ୍ତମାନ ସୁଧା ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।