କଟକରେ ସିରିଜ ଦୁର୍ଘଟଣା

କଟକ : ନିଶାସକ୍ତ କାର ଚାଳକର ଉନ୍ମତ କାଣ୍ଡ I ଗୋଟିଏ ପରେ ଗୋଟିଏ କରି ଏକାଧିକ ଗାଡିକୁ ଧକ୍କା ଦେଲା କାର୍‌ । କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କୁ ଆହତ ମଧ୍ୟ କରିଛି। ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି ବାଡେଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି । […]

Samaya Live Picture
Published On

କଟକ : ନିଶାସକ୍ତ କାର ଚାଳକର ଉନ୍ମତ କାଣ୍ଡ I ଗୋଟିଏ ପରେ ଗୋଟିଏ କରି ଏକାଧିକ ଗାଡିକୁ ଧକ୍କା ଦେଲା କାର୍‌ । କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କୁ ଆହତ ମଧ୍ୟ କରିଛି। ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି ବାଡେଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି । ଉତ୍ତ୍ୟକ୍ତ ଲୋକ ଗାଡିର ପିଛା କରି ନିଶାସକ୍ତ ଡ୍ରାଇଭରକୁ କାବୁ କରିଥିଲେ । ଗାଡି ଚାଳକକୁ ମାଡ ମାରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଘଟଣା ସ୍ଥଳରେ ମଧୁପାଟଣା ଆଇଆଇସିଙ୍କ ସହ ଅନ୍ୟ ଥାନାଧିକାରୀ ଓ ଏସିପି ପହଞ୍ଚି ତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଗାଡି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Tags: