ସାକ୍ଷୀଗୋପାଳ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ
ପୁରୀ : ସାକ୍ଷୀଗୋପାଳ ମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ। ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ଅଣସେବାୟତ ମାନେ ଆକ୍ରମଣ କରିଥିବାର ସୂଚନା ମିଳିଛି I ମନ୍ଦିରରେ ବସିଥିବା ବୈଠକରେ ୨ ଅଣସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କୀର୍ତ୍ତିରଞ୍ଜନ ମହାପାତ୍ର ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସୂଚନାନୁସାରେ,ମଙ୍ଗଳବାର ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବା […]
ପୁରୀ : ସାକ୍ଷୀଗୋପାଳ ମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ। ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ଅଣସେବାୟତ ମାନେ ଆକ୍ରମଣ କରିଥିବାର ସୂଚନା ମିଳିଛି I ମନ୍ଦିରରେ ବସିଥିବା ବୈଠକରେ ୨ ଅଣସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କୀର୍ତ୍ତିରଞ୍ଜନ ମହାପାତ୍ର ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ସୂଚନାନୁସାରେ,ମଙ୍ଗଳବାର ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବା ପୂଜା କରୁଛନ୍ତି, ତାକୁ ନେଇ କିଶୋର ବୈଠକରେ ଆପତ୍ତି ଉଠାଇଥିଲେ। ଏହି ଅଭିଯୋଗକୁ ନେଇ ସେବାୟତ ସଂଘର ସଭାପତି ଓ ସଂପାଦକ ଆଲୋଚନା କରିବା ସମୟରେ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ରଙ୍କ ସହ କିଶୋରଙ୍କର ବଚସା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ କୃଷ୍ଣଚନ୍ଦ୍ର ଏବଂ କୀର୍ତ୍ତି କିଶୋରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କିଶୋରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଭାପତି ଏବଂ ସମ୍ପାଦକଙ୍କ ଉପସ୍ଥିତିରେ କିଶୋରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।




