ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଚାନ୍ଦିପୁର ଆଇଟିଆର୍ର ବରିଷ୍ଠ ଅଧିକାରୀ ଗିରଫ
ବାଲେଶ୍ୱର : ଚାନ୍ଦିପୁର ଆଇଟିଆରରୁ ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଇ ପୁଣି ବନ୍ଧା ହେଲେ ଜଣେ ବରିଷ୍ଠ ଅଧିକାରୀ I ହନି ଟ୍ରାପ ର ଶିକାର ହୋଇ ସେ ପ୍ରତିରକ୍ଷା ସମ୍ବନ୍ଧିତ ତଥ୍ୟ ପ୍ରଘଟ କରି ବାଲେଶ୍ୱର ପୋଲିସ ହାତରେ ଧରାପଡ଼ିଛନ୍ତି I ଏନେଇ ବାଲେଶ୍ୱର ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ଓ ଏସ୍ପି ସାଗରିକା ନାଥ। ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ପୁଲିସ […]
ବାଲେଶ୍ୱର : ଚାନ୍ଦିପୁର ଆଇଟିଆରରୁ ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଇ ପୁଣି ବନ୍ଧା ହେଲେ ଜଣେ ବରିଷ୍ଠ ଅଧିକାରୀ I ହନି ଟ୍ରାପ ର ଶିକାର ହୋଇ ସେ ପ୍ରତିରକ୍ଷା ସମ୍ବନ୍ଧିତ ତଥ୍ୟ ପ୍ରଘଟ କରି ବାଲେଶ୍ୱର ପୋଲିସ ହାତରେ ଧରାପଡ଼ିଛନ୍ତି I ଏନେଇ ବାଲେଶ୍ୱର ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ଓ ଏସ୍ପି ସାଗରିକା ନାଥ। ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ପୁଲିସ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନାହିଁ I ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି।
ସୂଚନାନୁସାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍ପି ସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫ କରାଯାଇଛି ତା’ପାଖରେ ଅନେକ ତଥ୍ୟ ରହିଛି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସିର ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ମହିଳାଙ୍କୁ ସେ ତଥ୍ୟ ଦେଉଥିଲା। ହ୍ବାଟ୍ସଅପ ମାଧ୍ୟମରେ ମେସେଜ୍, ଫଟୋ ଓ ଭିଡିଓ ଦେଉଥିଲା। ଏଠି ପାଇଁ ସେ ଉକ୍ତ ମହିଳାଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଥିଲା I ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି। ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସେହିପରି ୨୦୨୧ ମସିହାରେ ପାକିସ୍ତାନକୁ ଗୁପ୍ତ ତଥ୍ୟା ଦେବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୫ ଜଣଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଂଜନ ନାୟକ, ସେକ୍ ମୁସାଫିର ଓ ସଚିନ କୁମାର। ଗିରଫଙ୍କ ଭିତରୁ ୪ ଜଣ ଡିଆର୍ଡିଓର ଠିକା କର୍ମଚାରୀ ହୋଇଥିବା ବେଳେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ।
ଓଡ଼ିଶା ପୁଲିସ୍ ଓ ଜାତୀୟ ସଂସ୍ଥା ଏହି ମାମଲାର ତଦନ୍ତ କରୁଥିଲା। ତଦନ୍ତ ବେଳେ ପୁଲିସ୍ ବହୁ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ଆଇଟିଆର୍ର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଇଡ଼ଥିଲା I ଏହା ପରେ ସମ୍ପୃକ୍ତ ବରିଷ୍ଠ ଟେକ୍ନିକାଲ ଅଫିସରଙ୍କୁ ଗିରଫ କରାଯାଇଛି। ଏହି ଅଭିଯୋଗରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍ପି ଶାଗରିକା ନାଥ କହିଛନ୍ତି।




