ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

କେନ୍ଦ୍ରାପଡା : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ଚକବନ୍ଦୀ ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସୂଚନାନୁସାରେ,ଜିତେନ୍ଦ୍ର ସେନାପତି ଜମିଜମା ସମ୍ପର୍କିତ ମାମଲାର ସମାଧାନ କରିବା ପାଇଁ ଗାୟତ୍ରୀ ମିଶ୍ର ନାମକ ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏଥିପାଇଁ ଗାୟତ୍ରୀ […]

Samaya Live Picture
Published On

କେନ୍ଦ୍ରାପଡା : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ଚକବନ୍ଦୀ ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି।

ସୂଚନାନୁସାରେ,ଜିତେନ୍ଦ୍ର ସେନାପତି ଜମିଜମା ସମ୍ପର୍କିତ ମାମଲାର ସମାଧାନ କରିବା ପାଇଁ ଗାୟତ୍ରୀ ମିଶ୍ର ନାମକ ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଏଥିପାଇଁ ଗାୟତ୍ରୀ କେନ୍ଦ୍ରାପଡା ଭିଜିଲାନ୍ସ ଅଫିସର ଦ୍ୱାରସ୍ଥ ହୋଇଥିଲେ I ଯୋଜନା ମୁତାବକ ଆଜି ଜିତେନ୍ଦ୍ର ସେନାପତି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା I ଭିଜିଲାନ୍ସ ଅଫିସର ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ I ଏହାସହ ଜିତେନ୍ଦ୍ରଙ୍କର ଠାକୁରପାଟଣା ସ୍ଥିତ ଭଡା ଘର ସମେତ ତାଳସଙ୍ଗI ରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି ଇ ଅଧିକ ପଚରାଉଚରା ପାଇଁ ଜିତେନ୍ଦ୍ରଙ୍କୁ ଭିଜିଲାନ୍ସ ଅଫିସକୁ ଅଣାଯାଇଛି I

Tags: