ବିପୁଳ ପରିମାଣରେ ମୂଲ୍ୟବାନ ଚୋରା କାଠ ଜବତ
କେନ୍ଦୁଝର : ବନ ବିଭାଗକୁ ମିଳିଲା ବଡ ସଫଳତା । ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସାନ୍ତରାପୁର ଗ୍ରାମରେ ବନ ବିଭାଗ ଚଢ଼ାଉ କରି ୭ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ କରିଛି । ଘଟଣାସ୍ଥଳରେ ବନ ବିଭାଗ ଘଟଣାର ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ବେଆଇନ କାଠ ଚାଲାଣ ହେଉଥିବାର ଖବର କୌଣସି ସୂତ୍ରରୁ ବନ ବିଭାଗ ପାଇ ଡିଏଫଓଙ୍କ ନେତୃତ୍ୱରେ ସାନ୍ତରାପୁର ଗ୍ରାମରେ ଚଢ଼ାଉ କରିଥିଲା । ଏହି […]
କେନ୍ଦୁଝର : ବନ ବିଭାଗକୁ ମିଳିଲା ବଡ ସଫଳତା । ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ସାନ୍ତରାପୁର ଗ୍ରାମରେ ବନ ବିଭାଗ ଚଢ଼ାଉ କରି ୭ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ କରିଛି । ଘଟଣାସ୍ଥଳରେ ବନ ବିଭାଗ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ବେଆଇନ କାଠ ଚାଲାଣ ହେଉଥିବାର ଖବର କୌଣସି ସୂତ୍ରରୁ ବନ ବିଭାଗ ପାଇ ଡିଏଫଓଙ୍କ ନେତୃତ୍ୱରେ ସାନ୍ତରାପୁର ଗ୍ରାମରେ ଚଢ଼ାଉ କରିଥିଲା । ଏହି ସମୟରେ ବନ ବିଭାଗ ୭ ଟ୍ରିପରୁ ଅଧିକ ମୂଲ୍ୟବାନ କାଠ ଜବତ କରିଥିଲା । ଉକ୍ତ ସ୍ଥାନରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏତେ ପରିମାଣର ମୂଲ୍ୟବାନ କାଠ କେଉଁଠିକି ଚାଲାଣ ହେଉଥିଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇନାହିଁ । ଏତେ ପରିମାଣର ମୂଲ୍ୟବାନ କାଠ ଜବତ କରି ବନ ବିଭାଗ ତାଜୁବ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଘଟଗାଁ ଡ଼ିଏଫଓ ଏଚଡ଼ି ଧନରଜ, ଘଟନଗାଁ ଏଡିପିଓ ଙ୍କ ସହିତ ତହସିଲଦାର ଉପସ୍ଥିତ ରହିଛନ୍ତି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ଏହାକୁ ନେଇ କେନ୍ଦୁଝର ବନ ବିଭାଗ ଏବଂ ଘଟଗାଁ ପୋଲିସ ପକ୍ଷରୁ ମିଳିତ ତଦନ୍ତ ଜାରି ରହିଛି ।




