ରାଜଧାନୀରେ ବ୍ରାଉନ ସୁଗାର ଜବତ ,୧ ଗିରଫ

ଭୁବନେଶ୍ୱର : ରାଜଧାନୀ ବଢୁଛି ଧଳା ଜହର କାରବାର। ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ I ବ୍ରାଉନ୍‌ସୁଗାର ବେପାରୀ ହେଉଛି ସଞ୍ଜୟ ନାୟକ । ସେ ପୂର୍ବରୁ ମଧ୍ୟ ନିଶା କାରବାର ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ କିଛି ଦିନ ହେବ ରାଜଧାନୀରେ ଖୁଲମ ଖୁଲା ଧଳାଜହର କାରବାର ହେଉଛି। ଏଥିପାଇଁ ଗତ କିଛି ଦିନ ହେଲା […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ବଢୁଛି ଧଳା ଜହର କାରବାର। ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ I ବ୍ରାଉନ୍‌ସୁଗାର ବେପାରୀ ହେଉଛି ସଞ୍ଜୟ ନାୟକ । ସେ ପୂର୍ବରୁ ମଧ୍ୟ ନିଶା କାରବାର ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗତ କିଛି ଦିନ ହେବ ରାଜଧାନୀରେ ଖୁଲମ ଖୁଲା ଧଳାଜହର କାରବାର ହେଉଛି। ଏଥିପାଇଁ ଗତ କିଛି ଦିନ ହେଲା ଅବକାରୀ ବିଭାଗ ବ୍ରାଉନ୍‌ସୁଗାର ବେପାରୀ ସଞ୍ଜୟ ନାୟକ ଉପରେ ନଜର ରଖୁଥିଲା। ତେବେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ ନିକଟରେ ଅଭିଯୋଗ ପରେ ଅବକାରୀ ବିଭାଗ ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଥିଲା। ତେବେ ପୂର୍ବରୁ ମଧ୍ୟ ବ୍ରାଉନ୍‌ସୁଗାର ବେପାର କରୁଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ ପୋଲିସ। ଆଉ ଏବେ ପୁଣି ଥରେ ଗିରଫ ହୋଇଛନ୍ତି ବ୍ରାଉନ୍‌ସୁଗାର ବେପାରୀ ସଞ୍ଜୟ ନାୟକ। ତେବେ କେତେ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ Iଭୁବନେଶ୍ୱର ଅବକାରୀ ବିଭାଗ ସଞ୍ଜୟଙ୍କୁ ଗିରଫ କରିବା ସହିତ ସମସ୍ତ ଘଟଣାକୁ ନେଇ ତାଙ୍କୁ ପଚରାଉଚରା କରୁଛି। ଏହାସହିତ ଆଉ କେଉଁ କେଉଁ ମାନେ ଏହି କାରବାରରେ ସାମିଲ ଅଛନ୍ତି ତାହାର ମଧ୍ୟ ତଦନ୍ତ କରୁଛି ।

Tags: