ମାଓବାଦୀଙ୍କ ବୋତଲ ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନାଗିରି : ଅଘଟଣ ଘଟାଇବାକୁ ମାଓବାଦୀଙ୍କ ନୂଆ ଅସ୍ତ୍ର । ମାଟି ତଳେ ବିଛାଇଲେ ବୋତଲ ବୋମା । ତେବେ ମାଟି ତଳେ ବୋତଲ ବୋମା ଖଞ୍ଜି ବିସ୍ଫୋରଣ ପାଇଁ କରିଥିବା ପ୍ଲାନକୁ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫ୍‌ ଯବାନଙ୍କ ଉପସ୍ଥିତି ବୁଦ୍ଧି ଲାଲବାହିନୀର ସବୁ ଯୋଜନା ପଣ୍ଡ କରିଦେଇଛି । ବୋମାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଙ୍ଗଲ ମାଟି ତଳେ ବିୟର ବୋତଲ […]

ମାଓବାଦୀଙ୍କ ବୋତଲ ବୋମାକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
Samaya Live Picture
Published On

ମାଲକାନାଗିରି : ଅଘଟଣ ଘଟାଇବାକୁ ମାଓବାଦୀଙ୍କ ନୂଆ ଅସ୍ତ୍ର । ମାଟି ତଳେ ବିଛାଇଲେ ବୋତଲ ବୋମା । ତେବେ ମାଟି ତଳେ ବୋତଲ ବୋମା ଖଞ୍ଜି ବିସ୍ଫୋରଣ ପାଇଁ କରିଥିବା ପ୍ଲାନକୁ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫ୍‌ ଯବାନଙ୍କ ଉପସ୍ଥିତି ବୁଦ୍ଧି ଲାଲବାହିନୀର ସବୁ ଯୋଜନା ପଣ୍ଡ କରିଦେଇଛି । ବୋମାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ ।

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଙ୍ଗଲ ମାଟି ତଳେ ବିୟର ବୋତଲ ବୋମା ଖଞ୍ଜି ଥିଲେ ମାଓବାଦୀ । ଗାଙ୍ଗାଲୁର ଥାନା ପିଡିଆ ସିଆରପିଏଫ୍‌ କ୍ୟାମ୍ପର କୋବ୍ରା ବାଟାଲିଅନର ଯବାନମାନେ କେରିପୁ ଅଞ୍ଚଳକୁ ଅପରେସନ ପାଇଁ ଯାଇଥିବାବେଳେ ଟାର୍ଗେଟ କରିଥିଲେ ମାଓବାଦୀ । ସୁରକ୍ଷାକର୍ମୀ ତୁରନ୍ତ ବୋମା ଠାବ କରିବା ପରେ ନିଷ୍କ୍ରିୟ କରିଛନ୍ତି। ବିୟର ବୋତଲ ବୋମାର ତୀବ୍ରତା ପ୍ରଚଣ୍ଡ ଥିବାରୁ ଏହା ଯବାନଙ୍କ ନିକଟରେ ବିସ୍ଫୋରଣ ହୋଇଥିଲେ ବହୁତ ବଡ କ୍ଷତି ହୋଇଥାନ୍ତା । ତା ପୂର୍ବରୁ ବୋମା ନିଷ୍କ୍ରିୟ କରି ସବୁ ବିପଦକୁ ଟାଳି ଦେଇଛନ୍ତି ସୁରକ୍ଷାକର୍ମୀ ।

ସାଧାରଣ କାଚ ପରି ଦେଖାଯାଉଥିବା ଏ ବୋତଲ ଗୁଡିକ ଯବାନଙ୍କ ଟାର୍ଗେଟ ପାଇଁ ବ୍ୟବହାର କରୁଛନ୍ତି ଲାଲ୍‌ବାହିନୀ । ବୋତଲ ଭିତରେ ଆଇଡି ଭର୍ତ୍ତି କରି ମାଟି ତଳେ ଖଞ୍ଜି ଦିଅନ୍ତି ମାଓବାଦୀ । ଯେତେ ଅଧିକ ବୋତଲ ସେତେ ଅଧିକ ଶକ୍ତିଶାଳୀ ହୋଇଥାଏ ।

ଅନେକ ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । କେତେବେଳେ ମାଓବାଦୀ ପ୍ରାଣ ହରାଉଛନ୍ତି ତ ଆଉ କେତେବେଳେ ଯବାନଙ୍କ ମଧ୍ୟ ଜୀବନ ଯିବାର ନଜିର ରହିଛି । ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନେକ ଥର ଆହ୍ବାନ କରିଛନ୍ତି ପୋଲିସ-ପ୍ରଶାସନ । ହେଲେ ମାଓବାଦୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନି ।

ଅନ୍ୟପଟେ ,ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ୯ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମୁଲୁଗୁ ଜିଲ୍ଲା ଏସପି ଓ ୩୯ ବାଟାଲିୟନ ସିଆରପିଏଫ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଅପରେସନ ଚେୟୁତା ମାଧ୍ୟମରେ ଏହି ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ୯ ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର । ହେଲେ ଆତ୍ମସମର୍ପଣ ପରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ମୁଲୁଗୁ ଜିଲ୍ଲା ଏସପି କହିଛନ୍ତି ।

Tags: