ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକଙ୍କ ଘରେ ନିଜକୁ ଗୁଳି କଲେ ସୁରକ୍ଷା ଅଧିକାରୀ
ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକଙ୍କ ବାସଭବନରେ ମୁତୟନ ହୋଇଥିବା ତାଙ୍କ ସୁରକ୍ଷା କର୍ମୀ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ସବ୍-ଇନ୍ସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି I ତାଙ୍କ ନାଁ ରାଜବିର କୁମାର ,ବୟସ ୫୩ ବର୍ଷ ହୋଇଥିବାବେଳେ ସେ ମଧ୍ୟପ୍ରଦେଶ ନିବାସୀ ଅଟନ୍ତି I ଦିଲ୍ଲୀ ପୋଲିସ ସୂଚନାନୁସାରେ,ରାଜବୀର କୁମାର ତଗଲକ ରୋଡ ପୋଲିସ ଷ୍ଟେସନ ସ୍ଥିତ ଆଇବି ନିର୍ଦ୍ଦେଶକଙ୍କ ବାସ ଭବନରେ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତି […]
ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକଙ୍କ ବାସଭବନରେ ମୁତୟନ ହୋଇଥିବା ତାଙ୍କ ସୁରକ୍ଷା କର୍ମୀ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ସବ୍-ଇନ୍ସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି I ତାଙ୍କ ନାଁ ରାଜବିର କୁମାର ,ବୟସ ୫୩ ବର୍ଷ ହୋଇଥିବାବେଳେ ସେ ମଧ୍ୟପ୍ରଦେଶ ନିବାସୀ ଅଟନ୍ତି I
ଦିଲ୍ଲୀ ପୋଲିସ ସୂଚନାନୁସାରେ,ରାଜବୀର କୁମାର ତଗଲକ ରୋଡ ପୋଲିସ ଷ୍ଟେସନ ସ୍ଥିତ ଆଇବି ନିର୍ଦ୍ଦେଶକଙ୍କ ବାସ ଭବନରେ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତି ପାଇଥିଲେ। ଗତକାଲି (ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୪ .୧୫ ସମୟରେ ତାଙ୍କ ସର୍ଭିସ ରିଭଲଭରରୁ ନିଜ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ। ରାଜବୀର କୁମାର ଯିଏ କି ଜଣେ ‘ସିଆର୍ପିଏଫ୍’ ଯବାନ ତାଙ୍କ ଏ.କେ.-୪୭ ରାଇଫଲ୍ରୁ ନିଜ ମୁଣ୍ଡକୁ ୨ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଗୁଳି ଫୁଟା ଶବ୍ଦ ଶୁଣି ମୃତ ଯବାନଙ୍କ ସହକର୍ମୀ ଓ ନିର୍ଦେଶକଙ୍କ ବାସଭବନର କର୍ମଚାରୀମାନେ ମୁଖ୍ୟ ଫାଟକ ନିକଟକୁ ଧାଇଁ ଯାଇଥିଲେ। ସେଠାରେ ସେମାନେ କୁମାରଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିଥିଲେ ଇହ ଶୀତ ତାଙ୍କ ହାତରେ ପିସ୍ତଲ ଥିବାର ମଧ୍ୟ ଦେଖିଥିଲେ I
ଅପରାହ୍ଣ ୪.୨୫ରେ ଦିଲ୍ଲୀ ପୁଲିସକୁ ଫୋନ୍ କରିବା ପରେ ‘ସିଆର୍ପିଏଫ୍’କୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ତୁରନ୍ତ ‘ସିଆର୍ପିଏଫ୍’ର ଜିଲ୍ଲା ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।
ଘଟଣାସ୍ଥଳରୁ ଆଙ୍ଗୁଠି ଛାପ ସଂଗ୍ରହ କରିବା ଲାଗି ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କୁ ମଧ୍ୟ ଡକାଯାଇଥିଲା।କିନ୍ତୁ ତାଙ୍କ ଆତ୍ମହତ୍ୟା ଜନିତ କୌଣସି କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ I ତେବେ ସେ କିଛି ଦିନ ପୂର୍ବରୁ ନିଜ ଘରକୁ ଛୁଟିରେ ଯାଇ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ ଇ ଘଟଣା ସମ୍ପର୍କରେ ଯବାନଙ୍କ ମଧ୍ୟପ୍ରଦେଶ ସ୍ଥିତ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଛି ଏବଂ CrPC ଧାରା ୧୭୪ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ଘଟଣା ଜଣା ପଡିବ ବୋଲି ପୋଲିସ ସୁଚନା ଦେଇଛି I
ତଥ୍ୟ ଅନୁଯାୟୀ, ପାରାମିଲିଟାରୀ ଫୋର୍ସରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କର ଆତ୍ମହତ୍ୟା ଘଟଣା ଉଦ୍ବେଗ ଜନକ ସ୍ଥିତିରେ ରହିଥିବାବେଳେ ଗତ ୨୦୧୭ ରେ ୧୨୩ ଆତ୍ମହତ୍ୟା, ୨୦୧୮ ରେ ୯୬ ଏବଂ ୨୦୧୯ ରେ ୧୨୯ ଆତ୍ମହତ୍ୟା ହୋଇଥିଲା। ଏହି ସଂଖ୍ୟା ୨୦୨୦ ରେ ୧୩୭ ଏବଂ ୨୦୧୧ ମସିହାରେ ୧୫୩ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୧ ମସିହାରେ CRPF ପକ୍ଷରୁ ୫୮ ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ।




