୬ ମାଓବାଦୀଙ୍କୁ ଏନକାଉଣ୍ଟର କଲେ ସୁରକ୍ଷାକର୍ମୀ

ମାଲକାନଗିରି : ମାଓ ଯୋଜନା ହେଲା ପଣ୍ଡ I ଅଳ୍ପକେ ବର୍ତିଲେ ଯବାନ I ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ବସ୍ତର ଆଇଜି ପି ସୁନ୍ଦରରାଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଜୋନାଗୁଡା ଓ ଅଲୀଗୁଡା ସୀମାରେ ଯବାନମାନେ […]

Samaya Live Picture
Published On

ମାଲକାନଗିରି : ମାଓ ଯୋଜନା ହେଲା ପଣ୍ଡ I ଅଳ୍ପକେ ବର୍ତିଲେ ଯବାନ I ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ବସ୍ତର ଆଇଜି ପି ସୁନ୍ଦରରାଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଜୋନାଗୁଡା ଓ ଅଲୀଗୁଡା ସୀମାରେ ଯବାନମାନେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ ଯବାନମାନେ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରିଥିଲେ। ମଙ୍ଗଳବାର ହଠାତ୍‌ ମାଓବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ। ଆହତ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।

Tags: