ବନ୍ଧୁକ କାରଖାନା ଠାବ କଲେ ସୁରକ୍ଷା କର୍ମୀ
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କାରଖାନା ଠାବ କଲେ ସୁରକ୍ଷାକର୍ମୀ । ସେଠାରୁ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ଠାବ ହୋଇଛି ଏହି ବନ୍ଧୁକ ତିଆରି କାରଖାନା। ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ […]
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କାରଖାନା ଠାବ କଲେ ସୁରକ୍ଷାକର୍ମୀ । ସେଠାରୁ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ସହିତ ବହୁତ ବିସ୍ଫୋରକ, ଆଇଇଡି ଓ ବୋମା ଜବତ କରିଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ସୁକମା ଜିଲ୍ଲାର ମେଟାଗୁଡ଼େମ୍ ଓ ଦୁଲେର ଗାଁ ନିକଟର ଠାବ ହୋଇଛି ଏହି ବନ୍ଧୁକ ତିଆରି କାରଖାନା।
ସିଆରପିଏଫ୍ ଓ କୋବ୍ରା ବାଟାଲିୟନର କମ୍ଵିଂ ବେଳେ ସୁରକ୍ଷାକର୍ମୀ ଏହି ବନ୍ଧୁକ ତିଆରି କାରଖାନା ଓ ଅସ୍ତ୍ରାଗାରର ସନ୍ଧାନ ପାଇଥିଲେ। ୨୧ଟି ଆଇଇଡି ମିଳିଛି, ସାବୁନ କେସ୍ ରେ ଏହାକୁ ରଖାଯାଇଥିଲା। ଏହା ସହିତ ମଲଟି ବ୍ୟାରେଲ ଗ୍ରେନେଡ ଲଞ୍ଚର, ବୋମା, ଜେନେରେଟର, ବନ୍ଧୁକ ତିଆରି ସାମଗ୍ରୀ, ମେଡିକାଲ ସାମଗ୍ରୀ ମିଳିଛି। ଉଦ୍ଧାର ହୋଇଥିବା ପ୍ରତ୍ୟେକ IEDର ଓଜନ ପ୍ରାୟ 250 ଗ୍ରାମ । ଏତେ ଅସ୍ତ୍ରଶସ୍ତ୍ର, ସେଥିରେ ପୁଣି ବନ୍ଧୁକ ତିଆରି ସାମଗ୍ରୀ ମିଳିଥିବାରୁ ନକ୍ସଲମାନେ ନିଜେ ବନ୍ଧୁକ ତିଆରି କରୁଥିଲେ ବୋଲି ସନ୍ଦେହ କରାଯାଉଛି ।ଏଭଳି ଏକ ବଡ଼ ଧରଣର ମାଓବାଦୀଙ୍କ ଅସ୍ତ୍ରାଗାର ଦେଖିଲେ ଅନୁମାନ କରିହେବ ଯେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରାଯାଉଥିଲା ।
ସୂଚନା ମୁତାବକ, ଛତିଶଗଡ଼ରରେ ଅନ୍ତିମ ପର୍ଯ୍ୟାୟ ରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ସୁରକ୍ଷା କର୍ମୀ ଦିନ ରାତି ଅପରେସନ କରୁଛନ୍ତି । ଏହି ଅପରେସନ୍ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି ।
ସେହିପରି ଗତ ୨ ଦିନ ପୂର୍ବରୁ ସୁକମା ଜିଲାର ଗରିଆବନ୍ଧ ଓ ଏହାର ଆଖପାଖ ଜଙ୍ଗଲରେ ମାଓ ଅପରେସନ ସମୟରେ ଉଭୟପକ୍ଷରୁ ଗୁଳିବିନିମୟ ଘଟି ୧୪ ମାଓବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ମୁଣ୍ଡ ଉପରେ କୋଟିଏ ଟଙ୍କା ଘୋଷୋଣା ପ୍ରାପ୍ତ ଦୁର୍ଦ୍ଧାନ୍ତ ମାଓନେତା ଜୟରାମ ରେଡି ମଧ୍ୟ ରହିଥିଲା । ଏହା ପରଠାରୁ ସେହି ଅଞ୍ଚଳରେ ଯବାନମାନଙ୍କ ପକ୍ଷରୁ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଏହି ସମୟରେ ଗରିଆବନ୍ଧ ଜଙ୍ଗଲରେ ମାଓବାଦୀମାନ ଚଳାଇଥିବା ଏକ କାରଖାନାକୁ ଠାବ କରିଥିଲେ ଯବାନ।




