ଟଙ୍କା ଭର୍ତି ଭ୍ୟାନରୁ ଲୁଟ୍ ଘଟଣାରେ ସିକ୍ୟୁରିଟି ଗାର୍ଡ ଅଟକ

ଆଠଗଡ଼ : ରାସ୍ତା ମଝିରେ ବନ୍ଧୁକ ଦେଖାଇ ଉଠାଇନେଲେ ଟଙ୍କା ବାକ୍ସ I ଏକ ସ୍କୁଟି ଓ ସ୍କର୍ପିଓରେ ୭ ରୁ ୮ ଜଣ ଦୁର୍ବୁତ୍ତ ମୁହଁରେ କପଡା ବାନ୍ଧି ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତି ଭ୍ୟାନରୁ ଲୁଟ କରିଥିଲେ I ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଭର୍ତି ଟ୍ରଙ୍କ ସବୁ ଲୁଟ କରିଥିଲେ ଦୁର୍ବୁତ୍ତ I ଗତକାଲି ଦିନ ଦିପହରେ କଟକ ତିଗିରିଆ ଥାନା ଗୋଡିଝରିଆରେ ରାସ୍ତରେ ଘଟିଥିଲା ଏହି ଘଟଣା । […]

Samaya Live Picture
Published On

ଆଠଗଡ଼ : ରାସ୍ତା ମଝିରେ ବନ୍ଧୁକ ଦେଖାଇ ଉଠାଇନେଲେ ଟଙ୍କା ବାକ୍ସ I ଏକ ସ୍କୁଟି ଓ ସ୍କର୍ପିଓରେ ୭ ରୁ ୮ ଜଣ ଦୁର୍ବୁତ୍ତ ମୁହଁରେ କପଡା ବାନ୍ଧି ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତି ଭ୍ୟାନରୁ ଲୁଟ କରିଥିଲେ I ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଭର୍ତି ଟ୍ରଙ୍କ ସବୁ ଲୁଟ କରିଥିଲେ ଦୁର୍ବୁତ୍ତ I ଗତକାଲି ଦିନ ଦିପହରେ କଟକ ତିଗିରିଆ ଥାନା ଗୋଡିଝରିଆରେ ରାସ୍ତରେ ଘଟିଥିଲା ଏହି ଘଟଣା । ଆଜି ଆଠଗଡ଼ ଓ କଟକ ପୋଲିସ ତଦନ୍ତ ଜୋରଦାର କରି ଭ୍ୟାନର ସିକ୍ୟୁରିଟି ଗାର୍ଡକୁ ଅଟକ ରଖିଛି I ପୋଲିସ ଗତକାଲିଠାରୁ ବିଭିନ୍ନ ସନ୍ଦେହଜନକ ସ୍ଥାନରେ ଚଢାଉ ଜାରି ରଖିଥିଲା । ଏହି ସଂସ୍ଥାରେ ପୂର୍ବରୁ କାର୍ଯ୍ୟରତ ସିକ୍ୟୁରିଟି ଗାଡ଼କୁ ସନ୍ଦେହରେ ତିଗିରିଆ ଥାନାକୁ ଉଠାଇ ଆଣିଛି ପୋଲିସ୍ । ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇ ନାହିଁ ପୁଲିସ୍।

ସୂଚନାନୁସାରେ,ଗତକାଲି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ I

Tags: